Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଆଜି ୧୧ଟା ରେ ବସିବ ଜିଏସଟି କାଉନସିଲର ୪୦ ତମ ବୈଠକ : ବ୍ୟବସାୟୀଙ୍କ ପାଇଁ ହୋଇପାରେ ବଡ ନିଷ୍ପତ୍ତି

12/06/2020 at 9:51 AM

ନୂଆଦିଲ୍ଲୀ ୧୨/୦୬ : କରୋନା ସଙ୍କଟ ମଧ୍ୟରେ ପ୍ରଥମଥର ଜିଏସଟି କାଉନସିଲ ବୈଠକ ବସିବାର ଅଛି | ଜିଏସଟି କାଉନସିଲ ବୈଠକରେ ଜିଏସଟି ଲେଟ ଫିସ ଦ୍ୱାରା ଚିନ୍ତିତ ବ୍ୟବସାୟୀଙ୍କୁ ଆଶ୍ବସ୍ତି ମିଳିପାରେ | କରୋନା ସଙ୍କଟ ସମୟରେ ଶୁକ୍ରବାର ସକାଳ ୧୧ଟା ସମୟରେ ପ୍ରଥମ ଜିଏସଟି କାଉନସିଲ ବୈଠକ ବସିବ | ରାଜ୍ୟମାନଙ୍କୁ କ୍ଷତିପୂରଣ ଏବଂ କମ୍ପେନ୍ସେସନ ଦ୍ୱାରା ଅଧିକ ପାଣ୍ଠି ସଂଗ୍ରହ କରିବାକୁ ବୈଠକରେ ଚର୍ଚ୍ଚା ହୋଇପାରେ | ଏହା ପୂର୍ବରୁ ମାର୍ଚ୍ଚ ମାସରେ ହୋଇଥିବା ଜିଏସଟି କାଉନସିଲର ୩୯ତମ ବୈଠକରେ କରୋନା ଭାଇରସ ଯୋଗୁଁ ଅର୍ଥ ବ୍ୟବସ୍ଥା ଉପରେ ପଡିଥିବା ପ୍ରଭାବକୁ ନେଇ ଚର୍ଚ୍ଚା ହୋଇଥିଲା | ସେତେବେଳେ ଦେଶରେ କରୋନା ସଂକ୍ରମଣ ମାମଲା ବହୁତ କମ ଥିଲା | ସେତେବେଳେ ଲକଡାଉନ ନିଷ୍ପତ୍ତି ମଧ୍ୟ ହୋଇନଥିଲା |

ଜିଏସଟି କାଉନସିଲ ବୈଠକରେ NIL ଜିଏସଟି ସମ୍ବନ୍ଧିତ ବ୍ୟବସାୟୀଙ୍କ ଲେଟ ଫିସ ସମ୍ପୂର୍ଣ ଛାଡ଼ କରିବା ଉପରେ ନିର୍ଣ୍ଣୟ ହୋଇପାରେ | ଜିଏସଟି ବାକିଥିବା ଲୋକଙ୍କ ରିଟର୍ନ ପ୍ରତି ୫୦୦ ଟଙ୍କା ଲେଟ ଫିସ ଲଗାଯାଇପାରେ | ତାଛଡା ଜୁଲାଇ ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ରିଟର୍ନ ଦେବା ଏବଂ ଲେଟ ଫିସ ଜମା କରିବାକୁ ଅନୁମତି ଦିଆଯିବ | ଜିଏସଟି ଲେଟ ଫିସ ଛାଡ଼ ଉପରେ ନିଷ୍ପତ୍ତି ଗ୍ରହଣ କରାଯାଇପାରେ | ଫଳରେ ଲେଟ ଫିସ ଯୋଗୁଁ ଚିନ୍ତିତ ଥିବା ବ୍ୟବସାୟୀଙ୍କୁ ଆଶ୍ବସ୍ତି ମିଳିବ | 

ସୂଚନାଯୋଗ୍ୟ ଯେ, ଦେଶର ଏକ ନମ୍ବର ବିଜନେସ ଚାନେଲ ସିଏନବିସି ଏହି ପ୍ରସଙ୍ଗରେ ଲଗାତାର ସ୍ୱର ଉଠାଇଛି | କରୋନା ସଙ୍କଟ ଯୋଗୁଁ କେନ୍ଦ୍ର ଓ ରାଜ୍ୟମାନଙ୍କର ଆୟ ହ୍ରାସ ପାଇଛି | କାଉନସିଲ ବୈଠକରେ ଏହି ପ୍ରସଙ୍ଗରେ ମଧ୍ୟ ବିଚାର ହୋଇପାରେ | 

   Related Posts