ଜିଏସଟି କାଉନସିଲ୍ ବୈଠକରେ ନିଆଗଲା ନିଷ୍ପତ୍ତି : ଟିଭି,ଟାୟାର ଏବଂ ସିନେମା ଟିକଟରେ କମିଲା ଜିଏସଟି ଦର

Published By : Prameya-News7 Bureau | December 22, 2018 IST

ନୂଆଦିଲ୍ଲୀ ୨୨/୧୨: ପୁଡୁଚେରୀର ମୁଖ୍ୟମନ୍ତ୍ରୀ ବି ନାରାୟଣସ୍ବାମୀ ଜିଏସଟି କାଉନସିଲ ବୈଠକରୁ ବାହାରି କହିଥିଲେ ସାଧାରଣ ଉପଯୋଗୀ ୩୩ଟି ବସ୍ତୁର ଜିଏସଟି ଦର କମ୍ କରି ଦିଆଯାଇଛି। ଯେଉଁ ବସ୍ତୁଗୁଡ଼ିକ ପ୍ରଥମେ ୨୮,୧୮ କିମ୍ବା ୧୨ପ୍ରତିଶତ ଟିକସ ଆଦାୟ ହେଉଥିଲା ସେଗୁଡ଼ିକୁ ଏବେ ନିମ୍ନ ଦରରେ ସାମିଲ କରାଯାଇଛି। ଅର୍ଥାତ୍ କେତେକ ଉତ୍ପାଦଗୁଡ଼ିକୁ ୫ପ୍ରତିଶତ ଦର ଶ୍ରେଣୀରେ ସାମିଲ କରାଯାଇଛି।

ଜିଏସଟି କାଉନସିଲର ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରେସ୍ କନଫରେନ୍ସ ସମୟରେ କେତେକ ଗୁରୁତ୍ବପୂର୍ଣ୍ଣ କଥା:

*ଟେଲିଭିଜନ୍ ଏବଂ ମନିଟରରେ ଜିଏସଟି କମ୍ କରି ୨୮ରୁ ୧୮କରି ଦିଆଯାଇଛି।

* ୧୦୦ଟଙ୍କା ପର୍ଯ୍ୟନ୍ତ ଥିବା ସିନେମର ଟିକଟରେ ପ୍ରଥମେ ଜିଏସଟି ୧୮ପ୍ରତିଶତ ଥିଲା ,ଏହାକୁ କମ୍ କରି ୧୨ପ୍ରତିଶତ କରି ଦିଆଯାଇଛି।

* ୧୦୦ଟଙ୍କାରୁ ଅଧିକ ଥିବା ସିନେମା ଟିକଟରେ ପ୍ରଥମେ ଜିଏସଟି ୨୮ପ୍ରତିଶତ ଥିଲା , ଏହାକୁ କମ୍ କରି ୧୮ପ୍ରତିଶତ କରି ଦିଆଯାଇଛି।

ବି ନାରାୟଣସ୍ବାମୀ ପରେ କହିଥିଲେ ଯେ , କଂଗ୍ରେସର ପ୍ରଥମ ଦାବି ଏହା ଥିଲା ଯେ ବିଳାସ ବସ୍ତୁକୁ ଛାଡ଼ି ଅନ୍ୟ ସମସ୍ତ ବସ୍ତୁକୁ ୧୮ପ୍ରତିଶତ ଦରରେ ଆଣିବା ଉଚିତ୍ ଏବଂ ସରକାର ଏଥିରେ ସହମତ ଅଛନ୍ତି। କେବଳ ୩୪ଟି ବସ୍ତୁକୁ ଛାଡ଼ି ବାକି ସମସ୍ତ ବସ୍ତୁକୁ ୧୮ରୁ କମ୍ କରି ଜିଏସଟି ଦରରେ ରଖାଯାଇଛି।

      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.