ଜିଏସ୍‌ଟି ଘୋଟାଲା: ୩ଟି ସଂସ୍ଥା ଉପରେ ଚଢ଼ଉ, ତଥାପି କାର୍ଯ୍ୟାନୁଷ୍ଠାନ ବିଳମ୍ବ ନେଇ ଉଠୁଛି ପ୍ରଶ୍ନ...

Published By : Prameya-News7 Bureau | February 28, 2020 IST

ଖୋର୍ଦ୍ଧା୨୮/୨: ନ୍ୟୁଜ୍‌ 7ରେ ଖୋର୍ଦ୍ଧାରୁ ବାଲେଶ୍ବର ପର୍ଯ୍ୟନ୍ତ ଲମ୍ବିଥିବା GST ଠକେଇର ପର୍ଦ୍ଦାଫାସ୍‌ ହେବା ପରେ ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଥିବା ନ୍ୟୁ ଲକ୍ଷ୍ମୀ ଷ୍ଟିଲ୍‌ , ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ନ୍ୟୁ ଲକ୍ଷ୍ମୀ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଏବଂ ଭଦ୍ରକର ସାହୁ ଏଣ୍ଟରପ୍ରାଇଜର୍ସ ଉପରେ ଛାପା ମାରିଥିଲା କମିରସିଆଲ ଟ୍ୟାକ୍ସ ଓ ଜିଏସଟି ବିଭାଗ। ଏହି  ବଡ଼ ଧରଣର ଜିଏସଟି ଠକେଇର ଯାଂଚ ଚାଲିଥିବା ବେଳେ ସଂପୃକ୍ତ ସଂସ୍ଥାର ଜବତ ସାମଗ୍ରୀର କଚ୍ଚା ଚିଠା ଲାଗିଛି ନ୍ୟୁଜ୍‌ 7 ହାତରେ । ସବୁ ତଥ୍ୟ ସବୁ ପ୍ରମାଣ ଥାଇ ମଧ୍ୟ କାହିଁକି ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ମଉକା ପାଇ ନ୍ୟୁ ଲକ୍ଷ୍ମୀ ଷ୍ଟିଲର ମାଲିକ ପଓ୍ବନ କୁମାର ଗୁପ୍ତା ହାଇକୋର୍ଟରେ ଆଗୁଆ ଜାମିନ୍‌ ପାଇଁ ଆବେଦନ କରିଛନ୍ତି ।

{"id":230455,"sizeSlug":"large"}

ବର୍ଷ ବର୍ଷ ଧରି ବିନା ବିଲ୍‌ରେ ଚାଲିଥିଲା କୋଟି କୋଟି ଟଙ୍କାର ବେପାର । ବଡ଼ ଧରଣର ଜିଏସଟି ଠକେଇ ହେଉଥିବା ଜାଣି ମଧ୍ୟ ଚୁପ୍‌ ବସିଥିଲେ ବିଭାଗୀୟ ଅଧିକାରୀ । ପୂରା ତଥ୍ୟ ପ୍ରମାଣ ସହ ଏହି ଅସାଧୁ ବ୍ୟବସାୟର ପର୍ଦ୍ଦାଫାସ୍‌ କଲା ନ୍ୟୁଜ୍‌ 7 । ଆଉ ଖୁଲାସାକୁ ୨୪ଘଣ୍ଟା ନପୂରୁଣୁ ଖୋର୍ଦ୍ଧାଠୁ ଭଦ୍ରକ ପର୍ଯ୍ୟନ୍ତ ଖେଦି ଯାଇଥିଲେ କମର୍ସିଆଲ୍‌ ଟ୍ୟାକ୍ସ ଓ ଜିଏସଟି ବିଭାଗର ଅଧିକାରୀ । ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଥିବା ନ୍ୟୁ ଲକ୍ଷ୍ମୀ ଷ୍ଟିଲ୍‌ , ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ନ୍ୟୁ ଲକ୍ଷ୍ମୀ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଏବଂ ଭଦ୍ରକର ସାହୁ ଏଣ୍ଟରପ୍ରାଇଜର୍ସ ଉପରେ ଏକକାଳୀନ ରେଡ୍‌ କରିଥିଲା ଏନଫୋର୍ସମେଣ୍ଟ ଟିମ୍‌ । ଜବତ୍‌ ହୋଇଥିଲା କଳା କାରବାରର ପୁଳା ପୁଳା ପ୍ରମାଣ ।

{"id":230456,"sizeSlug":"large"}

ହେଲେ ସବୁ ତଥ୍ୟ ସବୁ ପ୍ରମାଣ ଥାଇ ମଧ୍ୟ କାହିଁକି ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ। ସେପଟେ ମଉକା ପାଇ ନ୍ୟୁ ଲକ୍ଷ୍ମୀ ଷ୍ଟିଲର ମାଲିକ ପଓ୍ବନ କୁମାର ଗୁପ୍ତା ହାଇକୋର୍ଟରେ ଆଗୁଆ ଜାମିନ୍‌ ପାଇଁ ଆବେଦନ କରିଛନ୍ତି । ସେପଟେ ନ୍ୟୁ ଲକ୍ଷ୍ମୀ ଷ୍ଟିଲ୍‌ କମ୍ପାନୀରୁ ପ୍ରାୟ ୨୦କୋଟି ଟଙ୍କା ଜିନିଷ ଓ ଏ ସମ୍ପର୍କିତ କାଗଜପତ୍ର ଜବତ କରିଛି କମର୍ସିଆଲ ଟ୍ୟାକ୍ସ ଓ ଜିଏସଟି ବିଭାଗ । ଆଉ ଏହି ଜବତ ଜିନିଷର କଚ୍ଚା ଚିଠା ଲାଗିଛି ନ୍ୟୁଜ୍‌ 7 ହାତରେ । ଯେଉଁଥିରେ ନ୍ୟୁ ଲକ୍ଷ୍ମୀ ଷ୍ଟିଲ୍‌ ପ୍ଲାଣ୍ଟ ଡିଷ୍ଟ୍ରିବ୍ୟୁଟରଙ୍କ ପୂରା ତାଲିକା ରହିଛି ।

{"id":230457,"sizeSlug":"large"}

ଜବତ ହୋଇଥିବା କମ୍ପ୍ୟୁଟର ଏବଂ ହାର୍ଡ଼ଡିସ୍କରୁ ମଧ୍ୟ ଆହୁରି ଅନେକ ଗୁମର ଫିଟିବା ସମ୍ଭାବନା ରହିଛି । ଚଢ଼ାଉ ବେଳେ ଶହ ଶହ ଟନ୍‌ ଲୁହା ଛଡ଼ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ତଦନ୍ତକାରୀ ଟିମ୍‌ । ଯାହା ଏହି ସିଜର ଲିଷ୍ଟରୁ ସ୍ପଷ୍ଟ ହେଉଛି । ଏହା ପରେ ବି କାହିଁକି କୋଟି କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିଥିବା ଅସାଧୁ ବ୍ୟବସାୟୀଙ୍କୁ ଗିରଫ କରାଯାଇନାହିଁ ତାକୁ ସୃଷ୍ଟି ହୋଇଛି ସଂଦେହ । ଏପଟେ ତଦନ୍ତକାରୀ ଟିମ୍‌ର ଢ଼ିଲା ଆକ୍ସନ ନ୍ୟୁ-ଲକ୍ଷ୍ମୀ ଷ୍ଟିଲ୍‌ କମ୍ପାନୀ ମାଲିକଙ୍କୁ ଆଗୁଆ ଜାମିନ୍‌ ଆବେଦନ ପାଇଁ ସୁଯୋଗ ଦେଇଛି । ଏମିତିରେ ଏତେ ବଡ଼ ଠକେଇ ଧରାପଡ଼ିବା ପରେ ବି ଅସାଧୁ ବ୍ୟବସାୟୀଙ୍କୁ ଖସାଇବାକୁ କୌଣସି ସିକ୍ରେଟ୍‌ ଡିଲ୍‌ ହୋଇନି ତ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.