Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଜୁଲାଇ ମାସରେ ଜିଏସ୍‌ଟି ଆଦାୟ ୧.୧୬ଲକ୍ଷ କୋଟି ଟଙ୍କା ପାର୍‌, ସୁଧୁରୁଛି ଅର୍ଥ ବ୍ୟବସ୍ଥା

1/08/2021 at 4:08 PM

ନୂଆଦିଲ୍ଲୀ ୦୧/୦୮ : ଦେଶରେ ଦ୍ରବ୍ୟ ଏବଂ ସେବା କର (GST) ଆଦାୟ ପରିମାଣ ବୃଦ୍ଧି​ ପାଉଛି । ଜୁଲାଇ ମାସରେ ୩୩ ପ୍ରତିଶତ ବୃଦ୍ଧି ପାଇଛି ଜିଏସ୍‌ଟି ଆଦାୟ । ଚଳିତ ମାସରେ ମୋଟ ୧.୧୬ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି । ଜୁଲାଇ ମାସରେ ଆଦାୟ ହୋଇଥିବା ଜିଏସ୍‌ଟି ପରିମାଣରୁ ଜଣାପଡୁଛି ଯେ, ଦେଶର ଅର୍ଥବ୍ୟବସ୍ଥା ଦୃତ ଗତିରେ ସୁଧୁରୁଛି । ଗତ ବର୍ଷ ଜୁଲାଇ ମାସରେ ୮୭,୪୨୨  କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା । ଚଳିତ ବର୍ଷ ଜୁନ ମାସରେ ଦ୍ରବ୍ୟ ଏବଂ ସେବା କର ଆଦାୟ ୯୨,୮୪୯ କୋଟି ଟଙ୍କା ରହିଥିଲା ।

ଜୁଲାଇ ମାସରେ ମୋଟ ୧ ଲକ୍ଷ ୧୬ ହଜାର ୩୯୩ କୋଟି ଟଙ୍କା ଜିଏସ୍‌ଟି ଆଦାୟ ହୋଇଛି । ଏଥିରେ କେନ୍ଦ୍ରୀୟ ଜିଏସ୍‌ଟି ୨୨,୧୯୭ କୋଟି ଟଙ୍କା ରହିଥିବା ବେଳେ ରାଜ୍ୟ ଜିଏସ୍‌ଟି ରହିଛି ୨୮୫୪୧ କୋଟି ଟଙ୍କା । ସେହିଭଳି ଏକୀକୃତ ଜିଏସ୍‌ଟି ୫୭,୮୬୪ କୋଟି ଏବଂ ଉପକର ୭୭୯୦ କୋଟି ଟଙ୍କା ଆଦାୟ ହୋଇଛି ।

ଲଗାତାର ଅଷ୍ଟମ ମାସ ପାଇଁ ଦେଶରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ବ ରହିଥିଲା । କିନ୍ତୁ ୨୦୨୧ ଜୁନ ମାସରେ ଏଥିରେ ସାମାନ୍ୟ ହ୍ରାସ ପାଇଥିଲା । କିନ୍ତୁ ଜୁଲାଇ ମାସରେ ଜିଏସ୍‌ଟି ଆଦାୟ ବୃଦ୍ଧି ପାଇଛି । ୨୦୨୧ ମେ ମାସରେ କରୋନା ମହାମାରୀ ପାଇଁ ଅନେକ ରାଜ୍ୟରେ ପୂର୍ଣ୍ଣ ଏବଂ ଆଂଶିକ ଲକଡାଉନ୍‌ ଲାଗୁ ହୋଇଥିଲା ।  ଲକଡାଉନ୍‌ ଲାଗୁ ହେବା ସ​‌େ​‌ତ୍ତ୍ବ ଜିଏସ୍‌ଟି ଆଦାୟ ପରିମାଣ ବଢିଛି । ତେଣୁ ଏଥିରୁ ଜଣାପଡୁଛି ଦେଶରେ ଅର୍ଥ ବ୍ୟବସ୍ଥାର ପୁନରୁଦ୍ଧାର ଦୃତ ଗତିରେ ଜାରି ରହିଛି ।

   Related Posts