ସରକାରଙ୍କୁ ପୁଣି ଝଟକା, ଅଗଷ୍ଟ ମାସରେ ଜିଏସଟି ସଂଗ୍ରହ କମିଲା ୧୨ ପ୍ରତିଶତ

Published By : Prameya-News7 Bureau | September 01, 2020 IST

ନୂଆଦିଲ୍ଲୀ ୦୧।୦୯: କରୋନା ସଙ୍କଟ ମଧ୍ୟରେ ଆର୍ଥିକ ଗତିବିଧିକୁ ଗତିଶୀଳ କରାଇବାକୁ କେନ୍ଦ୍ର ସରକାର ଜୋରଦାର ଉଦ୍ୟମ ଚଳାଇଛନ୍ତି। ମାତ୍ର ଜିଏସଟି ସଂଗ୍ରହ କ୍ଷେତ୍ରରେ ସରକାରଙ୍କୁ ପୁଣି ଥରେ ଝଟକା ଲାଗିଛି। ଅଗଷ୍ଟରେ ୮୬,୪୪୯ ଟଙ୍କା ଜିଏସଟି ସଂଗ୍ରହ ହୋଇଛି। ଗତ ବର୍ଷ ଏହି ମାସ ତୂଳନାରେ ପ୍ରାୟ ୧୨ ପ୍ରତିଶତ କମ ଜିଏସଟି ସଂଗ୍ରହ ହୋଇଛି।

ସୂଚନାଯୋଗ୍ୟ ୨୦୧୯ ଅଗଷ୍ଟ ମାସରେ ଜିଏସଟି ସଂଗ୍ରହ ୯୮,୨୦୨ କୋଟି ଟଙ୍କା ରହିଥିଲା। କିନ୍ତୁ ଚଳିତ ବର୍ଷ ଅଗଷ୍ଟ ମାସରେ ଜିଏସଟି ସଂଗ୍ରହ ୮୪,୪୪୯ ଟଙ୍କା ରହିଛି। ଏହା ପୂର୍ବରୁ  ଜୁଲାଇ ମାସରେ ଜିଏସଟି ସଂଗ୍ରହ ୮୭,୪୨୨ କୋଟି ଟଙ୍କା ରହିଥିଲା। ଅର୍ଥାତ ଜୁଲାଇ ମାସ ତୂଳନାରେ ଅଗଷ୍ଟରେ ଜିଏସଟି ସଂଗ୍ରହ ହ୍ରାସ ଘଟିଛି।

ଏହି ପରି ଜୁଲାଇ ମାସ ତୂଳନାରେ ସରକାରଙ୍କୁ ଜିଏସଟିରିୁ ୯୭୩ କୋଟି ଟଙ୍କା କମ ଆୟ ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ ଜୁନ ମାସରେ ଜିଏସଟି ସଂଗ୍ରହ ୯୦,୯୧୭ କୋଟି ଟଙ୍କା ରହିଥିଲା। ଅର୍ଥ ମନ୍ତ୍ରଣାଳୟ ଦ୍ଵାରା ଜାରି ତଥ୍ୟ ଅନୁଯାୟୀ ଅଗଷ୍ଟ ମାସରେ ଜିଏସଟି ସଂଗ୍ରହ ୮୬,୪୪୯ ଟଙ୍କା ରହିଛି। ଏଥିରେ କେନ୍ଦ୍ରୀୟ ଜିଏସଟି ୧୫,୯୦୬  କୋଟି ଟଙ୍କା, ଏସଜିଏସଟି ଭାବେ ୨୧,୦୬୪ କୋଟି ଟଙ୍କା, ଆଇଜିଏସଟି ୪୨,୨୬୪ କୋଟି ଟଙ୍କା ଏବଂ ସେସ୍‌ରୁ ୭,୨୧୫ କୋଟି ଟଙ୍କା ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.