ରାଉରକେଲା ୧୬।୧୨: ଜେଲ୍ ଗଲେ ଜିଏସଟି ଠକ। ରାଉରକେଲା ଜିଏସଟି ଠକେଇ ଅଭିଯୋଗରେ ଗିରଫ ହେଲେ ସନ୍ତୋଷ ଗୁପ୍ତା। ତାଙ୍କ ଘର ବାସନ୍ତୀ କଲୋନୀ । ସନ୍ତୋଷ ଜାଲ କମ୍ପାନୀ ଖୋଲି ଜାଲ୍ ଇନଭଏସ, ଜାଲ ବିଲ୍, ଜାଲ ଟ୍ରାନଜେକ୍ସନ ଦେଖାଇ ପ୍ରାୟ ଜିଏସଟି ବାବଦରେ ୨୫୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଜିଏସଟି ବାବଦକୁ ଠକେଇ କରିଥିବା ଅଭିଯୋଗରେ ଗିରଫ କରିଛି ସେଣ୍ଟ୍ରାଲ ଜିଏସଟି। ଗିରଫ କରି କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି। ଅନ୍ୟ ପଟେ ସନ୍ତୋଷ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ଅମେଠି ଓ ରାଇବରେଲିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ?...