କୋଟି କୋଟି ଟଙ୍କାର ଜିଏସଟି ଫାଙ୍କି ମାଲେମାଲ ହେଉଛନ୍ତି ବ୍ୟବସାୟୀ : ଖୋର୍ଦ୍ଧାରୁ ବାଲେଶ୍ବର ଲମ୍ବିଛି ଚେର

Published By : Prameya-News7 Bureau | February 19, 2020 IST

ଖୋର୍ଦ୍ଧା ୧୯/୨: କୋଟି କୋଟି ଟଙ୍କାର ଜିଏସଟି ଫାଙ୍କି ମାଲେମାଲ ହେଉଛନ୍ତି ବ୍ୟବସାୟୀ । ବିନା ବିଲ୍‌ରେ ବେଧଡ଼କ ଚାଲିଛି ବେପାର । ଯାଂଚ ପ୍ରକ୍ରିୟାରେ ଢ଼ିଲା ବେପାରୀଙ୍କ ପାଇଁ ସୃଷ୍ଟି କରୁଛି ସୁଯୋଗ । ନ୍ୟୁଜ୍‌ 7ର ଷ୍ଟିଙ୍ଗ୍‌ ଅପରେସନରେ ଧରାପଡ଼ିଛି ଏମିତି କିଛି ସାଂଘାତିକ ଠକେଇ । ଖୋର୍ଦ୍ଧାରୁ ବାଲେଶ୍ବର ଲମ୍ବିଛି ଚେର ।

{"id":226430,"sizeSlug":"large"}

ଗୋଟିଏ ୧୦ଚକିଆ ଟ୍ରକ୍‌ରେ ଯାଉଛି ୨୫ଟନ୍‌ ଲୁହା ରଡ଼ । ଯାହାର ଦାମ୍‌ ୧୨ଲକ୍ଷ ଟଙ୍କା । ଆଉ ଏଥିରୁ ଜିଏସଟି ବାବଦରେ ସରକାରଙ୍କ ରାଜକୋଷକୁ ୨ଲକ୍ଷରୁ ଅଧିକ ଟଙ୍କା ଯିବା କଥା । ହେଲେ ଗୋଟିଏ ବିଲ୍‌ରେ ୫ଟ୍ରିପ୍‌ ଲୁହା ରଡ଼ ବେଧଡ଼କ ବିକ୍ରି କରୁଛନ୍ତି ବ୍ୟବସାୟୀ । ଆଉ ଜିଏସଟି ଫାଙ୍କି ସିଧା ସଳଖ ୮ଲକ୍ଷ ଟଙ୍କାର ମୁନାଫା କମାଉଛନ୍ତି । ପୁଣି ବିନା ବିଲ୍‌ରେ ଗ୍ରାହକଙ୍କୁ ୫୦୦ରୁ ୧୦୦୦ଟଙ୍କାର ରିହାତିର ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କାର ଟ୍ୟାକ୍ସ ଫାଙ୍କୁଛନ୍ତି ବ୍ୟବସାୟୀ । ପ୍ରଥମେ ଦେଖନ୍ତୁ ଜଣେ ବ୍ୟବସାୟୀ ଓ ଜଣେ ଗ୍ରାହକଙ୍କ ଭିତରେ କେମିତି ବିନା ବିଲ୍‌ରେ ମାଲ ବିକ୍ରି ପାଇଁ ଡିଲ୍‌ ହେଉଛି ।

{"id":226431,"sizeSlug":"large"}

ନ୍ୟୁଜ୍‌ 7ର ପ୍ରଥମ ଷ୍ଟିଙ୍ଗ୍‌ରେ ବ୍ୟବସାୟୀ କେମିତି ବିନା ବିଲ୍‌ରେ ଲକ୍ଷାଧିକ ଟଙ୍କାର ମାଲ୍‌ ବିକ୍ରି କରୁଛନ୍ତି ତାହା ପ୍ରମାଣ ହେଉଛି । ସେହିଭଳି ଗୋଟିଏ ବିଲ୍‌ରେ କେମିତି ୫ଜଣ ଗ୍ରାହକଙ୍କୁ ୫ଟ୍ରିପ୍‌ ଲୁହା ରଡ଼ ବିକ୍ରି ହେଉଛି ତା’ର ପ୍ରମାଣ ବି ଲାଗିଛି ନ୍ୟୁଜ୍‌ 7 ହାତରେ ।

{"id":226432,"sizeSlug":"large"}

ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ଷ୍ଟିଲ୍‌ ଫ୍ୟାକ୍ଟ୍ରିରୁ ଲକ୍ଷ ଲକ୍ଷ ଟଙ୍କାର ଜିଏସଟି ଫାଙ୍କି ଲୁହାରଡ଼ କାରବାରର ଏ କଳାକାରନାମାକୁ ନ୍ୟୁଜ୍‌ 7 ଧରିବା ପରେ ଏହାର ତଦନ୍ତ ପାଇଁ ଜିଏସଟି ବିଭାଗ ତତ୍ପରତା ଦେଖାଇଛି । ଜିଏସଟି ଠକଙ୍କୁ ୫ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ବ୍ୟବସ୍ଥା ଥିଲେ ମଧ୍ୟ ଯାଂଚ ପ୍ରକ୍ରିୟାରେ ଢ଼ିଲା ବେପାରୀଙ୍କ ପାଇଁ ସୃଷ୍ଟି କରୁଛି ସୁଯୋଗ ।

{"id":226433,"sizeSlug":"large"}

ସରକାର ଡାଳେ ଡାଳେ ତ ଅସାଧୁ ବ୍ୟବସାୟୀ ପତ୍ରେ ପତ୍ରେ । ଜିଏସଟି ବ୍ୟବସ୍ଥା କରି ସରକାର ଟ୍ୟାକ୍ସ ସରଳୀକରଣ ସହ ରାଜକୋଷ ଭରିବାକୁ ଚେଷ୍ଟା କରୁଥିବା ବେଳେ ବ୍ୟବସାୟୀ କିନ୍ତୁ ଗଳାବାଟ ଦେଖି ଟ୍ୟାକ୍ସ ଫାଙ୍କି ମାଲେମାଲ୍‌ ହେଉଛନ୍ତି । ତେଣେ କୋଟି କୋଟି ଟଙ୍କାର ଟ୍ୟାକ୍ସ ହରାଉଛନ୍ତି ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.