୧୭ରେ ଲଞ୍ଚ୍ ହେବ ଭାରତର ସାଟେଲାଇଟ୍ GSAT-30 , ଇନସାଟ୍-4A ସ୍ଥାନରେ କାମ କରିବ
6/01/2020 at 2:48 PM

ନୂଆଦିଲ୍ଲୀ ୦୬।୦୧ – ଆସନ୍ତା ଜାନୁଆରୀ ୧୭ରେ ଫ୍ରେଞ୍ଚ୍ ଗିଆନାସ୍ଥିତ ଇଉରୋପୀୟ ସ୍ପେସ୍ ପୋର୍ଟରୁ ‘ଇସ୍ରୋ’ର ପ୍ରଥମ କୃତ୍ରିମ ଉପଗ୍ରହ ‘ଜିସାଟ୍ -୩୦’ ଉତକ୍ଷେପଣ କରାଯିବ । ଏନେଇ ‘ଇସ୍ରୋ’ର ଅଧ୍ୟକ୍ଷ କେ. ଶିବନ ସୂଚନା ଦେଇଛନ୍ତି ।

ଏହି ‘ଜିଓଷ୍ଟେସନାରି କମ୍ୟୁନିକେସନ୍ ସାଟେଲାଇଟ୍ ’ର ଓଜନ ୩ ହଜାର ୪୫୦ କିଲୋ ଏବଂ ଏହା ‘ଇନସାଟ୍ -୪ଏ’ ସ୍ଥାନରେ କାମ କରିବ । ଏ ବର୍ଷ ‘ଜିସାଟ୍ -୨୦’ ନାମକ ଅନ୍ୟ ଏକ ସାଟେଲାଇଟ୍ ବା କୃତ୍ରିମ ଉପଗ୍ରହ ପ୍ରେରଣ କରିବାକୁ ମଧ୍ୟ ‘ଇସ୍ରୋ’ ଯୋଜନା କରିଛି । ପୂର୍ବରୁ ଇସ୍ରୋ ଏହି ପ୍ରକାରର ତିନୋଟି ସାଟେଲାଇଟ୍ ଉତକ୍ଷେପଣ କରିସାରିଛି।