ଓଡ଼ିଶାର ସଂସ୍କୃତି ଓ ଇତିହାସକୁ ବିଦ୍ରୁପ କରିଥିବା ଅଭିଜିତ ଆୟାର୍ ମିତ୍ରଙ୍କ ପ୍ରସଙ୍ଗରେ ବିଧାନସଭା ଗୃହ କମିଟିର ବୈଠକ

Published By : Prameya-News7 Bureau | September 23, 2018 IST

ଭୁବନେଶ୍ୱର ୨୨/୯: ଓଡ଼ିଶାର ସଂସ୍କୃତି ଓ ଇତିହାସକୁ ବିଦ୍ରୁପ କରିଥିବା ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର୍ ମିତ୍ରଙ୍କ ଉପରେ ଗଠିତ ବିଧାନସଭା ଗୃହ କମିଟିର ପ୍ରଥମ ବୈଠକ ଶେଷ ହୋଇଛି । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏହି ବୈଠକ ବସିଥିଲା । ଘଟଣା ବାବଦରେ ଗୃହ କମିଟିର ସମସ୍ତ ସଦସ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ଅଭିଜିତ ଆୟାର ମିତ୍ରଙ୍କ ମନ୍ତବ୍ୟକୁ ନେଇ ଯେତେବେଳେ ରାଜ୍ୟରେ ଅସନ୍ତୋଷ ତୀବ୍ର ହେଉଥିଲା, ସେତେବେଳେ ଅଧିକରୁ ଅଧିକ ତାଉ ଦେଖାଇ ଚାଲିଥିଲ ସେ । ଆଉ ସେହି ସମୟରେ ଦିଲ୍ଲୀରେ ନ୍ୟୁଜ୍ ସେଭେନ୍ ପ୍ରତିନିଧି ତାଙ୍କର ସ୍ବତନ୍ତ୍ର ସାକ୍ଷାତକାର ନେଇଥିଲେ । ଯେଉଁଠି କ୍ୟାମେରା ସାମ୍ନାରେ ଅଭଦ୍ରୋଚିତ ବ୍ୟବହାର ଦେଖାଇବାକୁ ଭୁଲି ନଥିଲେ ଅଭିଜିତ । ଏପରିକି ଓଡ଼ିଶା ବିଧାୟକଙ୍କୁ ବୁଦ୍ଦୁ ବୋଲି କହିଥିଲେ ସେ । ଏହି ଘଟଣାକୁ ନେଇ ବିଧାନସଭାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଘଟଣାର ତଦନ୍ତ ପାଇଁ ବାଚସ୍ପତି ଗୃହ କମିଟି ଗଠନ କରିଛନ୍ତି । ଯାହାର ପ୍ରଥମ ବୈଠକ ଆଜି ବସିଥିଲା । ଆଉ ବୈଠକର ନିଷ୍ପତ୍ତି ଅନୁୟାୟୀ, ଅଧିକ ତଥ୍ୟ ସଂଗ୍ରହ ପାଇଁ ପୋଲିସ୍ ମହାନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶକ, ଦୈନିକ ଖବର କାଗଜ ପ୍ରମେୟର ସମ୍ପାଦକ ଏବଂ ପ୍ରମେୟ ନ୍ୟୁଜ୍ ସେଭେନ ଟେଲିଭିଜନ୍ ଚ୍ୟାନେଲର ସମ୍ପାଦକଙ୍କୁ ସମନ୍ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.