ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜିଆରଏସ୍‌ଙ୍କ ଧମକ ଅଭିଯୋଗ, ଅଟକ ରଖିଲା ପୋଲିସ

Published By : Prameya-News7 Bureau | September 11, 2021 IST

ବାରଙ୍ଗ ୧୧।୯: ଭୁବନେଶ୍ବର ବ୍ଲକ୍ ଦାଢା ପଞ୍ଚାୟତରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ବେହେରାଙ୍କୁ ଜିଆରଏସ୍ ସୁନାକର ଜେନାଙ୍କ ଧମକ ଅଭିଯୋଗ । ଏନଆରଜିଏସ୍ କାର୍ଯ୍ୟର ମିଥ୍ୟା ବିଲ୍ କରିବାକୁ କହିଥିଲେ । ଯୋଗେନ୍ଦ୍ର ଏଥିରେ ରାଜି ନ ହେବାରୁ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି । ଯୋଗେନ୍ଦ୍ର ବେହେରା ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ କରିବା ପରେ ନନ୍ଦନକାନନ ପୋଲିସ ଜିଆରଏସ୍ ସୁନାକର ଜେନାକୁ ଆଣି ଥାନାରେ ଅଟକ ରଖିଛି ।

ପୂର୍ବରୁ ସୁନାକର ଜେନା ଘରୋଇ ମାମଲାରେ ଦୁଇଟି ଅଭିଯୋଗର ବିଚାର ଚାଲିଛି । ପ୍ରଥମ ବିବାହ କରିଥିବା ସ୍ତ୍ରୀକୁ ଛାଡିଦେବା ଓ ଦ୍ବିତୀୟ ବିବାହ କରିଥିବା ସ୍ତ୍ରୀକୁ ଅଧିକ ଯୌତୁକ ଦାବି କରି ଛାଡିଦେବା ଯୋଗୁ ଉଭୟ ସ୍ତ୍ରୀ ସୁନାକର ନାଁରେ ମଞ୍ଚେଶ୍ବର ଓ ସଦର ଥାନା କଟକରେ ଅଭିଯୋଗ କରିଛନ୍ତି।  ଏପରି ଅନ୍ୟ ଏକ ସଙ୍ଗୀନ ଅଭିଯୋଗ ପରେ ନନ୍ଦନକାନନ ପୋଲିସ ସୁନାକର ଜେନାଙ୍କୁ ଆଣି ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.