ଗ୍ରାମ୍ୟ ରୋଜଗାର ସଂଘର ଆନ୍ଦୋଳନ ୫୯ ଦିନରେ ; ଦାବି ପୂରଣ ନହେବା ଯାଏଁ ଜାରି ରହିବ ଆନ୍ଦୋଳନ

Published By : Prameya-News7 Bureau | January 12, 2019 IST

ଭୁବନେଶ୍ବର ୧୨|୧: ଗ୍ରାମ୍ୟ ରୋଜଗାର ସଂଘର ଆନ୍ଦୋଳନ ୫୯ ଦିନରେ ପହଞ୍ଚିଛି । ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର ପିଏମଜିରେ ଜୋରଦାର ଆନ୍ଦୋଳନ ଚଳାଇଛି ଜିଆରଏସ ସଂଘ । ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ସମସ୍ୟା ସମାଧାନ ଦିଗରେ ସରକାର ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଆନ୍ଦୋଳନରେ ବସି କାମରେ ଯୋଗ ଦେଉନଥିବାରୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ  ସେମାନଙ୍କୁ ଚାକିରିରୁ ବାହାର କରିଦେବାରୁ ଅସନ୍ତୋଷ ଦେଖାଦେଇଛି । ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.