ପଞ୍ଚାୟତ ଅଫିସରେ ଖୁଲମ ଖୁଲା ମଦ ପିଉଛନ୍ତି ଜିଆରଏସ, ଭିଡିଓ ଭାଇରାଲ ପରେ ଜୋର୍ ଧରିଲା କାର୍ଯ୍ୟାନୁଷ୍ଠାନ ଦାବି
6/12/2020 at 10:39 AM

କେନ୍ଦ୍ରାପଡ଼ା.୦୬/୧୨: ସରକାରୀ ଅଫିସରେ ମଦ ପିଆ । ଖୁଲମ ଖୁଲା ମଦ ପିଉଛନ୍ତ ସରକାରୀ କର୍ମଚାରୀ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ପଞ୍ଚାୟତ ଅଫିସରେ ଜଣେ ଜିଆରିଏସଙ୍କ ମଦ ପିଉଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।
ସୂଚନାନୁସାରେ, ମହାକାଳପଡ଼ା ବ୍ଲକ୍ର ପଞ୍ଚାୟତ ଅଫିସ୍ରେ ଜଣେ ଜିଆର୍ଏସ୍ ମଦର ଆସର ଜମାଇଥିବାର ଭାଇରାଲ ହୋଇଛି। ଏହି ଭିଡିଓରେ ଜିଆର୍ଏସ୍ ଜଣକ ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ଟେବୁଲ୍ରେ ପ୍ରଥମେ ମଦ ବୋତଲ ରଖୁଛନ୍ତି । ଏହାପରେ ମଦ ପିଉଥିବା ଦେଖିବାକୁ ମିଳିଛି ।
ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଉଦ୍ବେଗ ପ୍ରକାଶ ପାଇଛି । ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ କଟୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସାଧାରଣ ଲୋକେ ।