ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ସାବାସ୍ ପୋଲିସ : ଜିଆରପି କନଷ୍ଟେବଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲେ ଅସୁସ୍ଥ ରେଳଯାତ୍ରୀ, ଦେଖନ୍ତୁ ଭିଡିଓ

20/09/2018 at 7:05 PM

ଭୁବନେଶ୍ବର୨୦|୯: ସାଧାରଣରେ ପୋଲିସ ପ୍ରତି ଏକ ଭିନ୍ନ ନଜରିଆ ଦେଖିବାକୁ ମିଳେ । ହେଲେ ଭୁବନେଶ୍ବର ଜିଆରପିର ଜଣେ କନଷ୍ଟେବଳଙ୍କ ଉଦ୍ୟମ ଯୋଗୁଁ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇଛି । ସେକଥା ଦେଖିବା ପରେ କିଛି ଲୋକଙ୍କ ମନ ଭିତରେ ପୋଲିସ ପ୍ରତି ଥିବା ମାନସିକତା ହୁଏତ ବଦଳିଯାଇପାରେ ।
ସମୟ ରାତି ପ୍ରାୟ ୧୨ଟା । ଭୁବନେଶ୍ବର ରେଲଓ୍ବେ ଷ୍ଟେସନର ୧ନମ୍ବର ପ୍ଲାଟଫର୍ମରେ ଟ୍ରେନ୍ ଲାଗିବା ପରେ ସେଥିରୁ ଓହ୍ଲାଇଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ପ୍ଲାଟଫର୍ମ ଉପରେ ହଠାତ୍ ପଡ଼ିଯାଇଥିଲେ । ହେଲେ ଅଚେତ୍ ଅବସ୍ଥାରେ ପଡ଼ିଥିବା ସେଇ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ଯାଇଥିଲେ ଜିଆରପି କନଷ୍ଟେବଲ ବଳରାମ ସିଂହ । ସଂପୃକ୍ତ ବ୍ୟକ୍ତିଙ୍କୁ ହାର୍ଟ ଆଟାକ୍ ହୋଇଥିବା ଅନୁମାନ କରି ତାଙ୍କ ପାଖରେ ବସିପଡ଼ି ଛାତିକୁ ମାଲିସ କରିବା ସହ ମୁହଁରେ ମୁହଁ ଲଗାଇ ଫୁଙ୍କିବାକୁ ଚେଷ୍ଟା କରିଥିଲେ । କିଛି ସମୟ ଏଭଳି କରିବା ପରେ ସଂପୃକ୍ତ ବ୍ୟକ୍ତି ଜଣକ ହାତଗୋଡ଼ ହଲାଇବା ଦେଖିବାକୁ ମିଳିଥିଲା । ଆଉ ବ୍ୟକ୍ତି ଜଣକ ସୁସ୍ଥ ଅନୁଭବ କରିଥିଲେ । ଜଣେ କନଷ୍ଟେବଲଙ୍କ ଉଦ୍ୟମ ଯୋଗୁଁ ବଞ୍ଚିଯାଇଥିଲା ଏହି ବ୍ୟକ୍ତିଙ୍କ ଜୀବନ । ଯାହାକୁ ନେଇ ସଂପୃକ୍ତ କନଷ୍ଟେବଲଙ୍କୁ ସାବାସି ଦେଇଥିଲେ ବିଭାଗୀୟ ଅଫିସର । ପୋଲିସ କେବଳ ଅପରାଧ ନିୟନ୍ତ୍ରଣ ପାଇଁ ନିଜ କର୍ତ୍ତବ୍ୟ କରେନି ।ବରଂ ସାଧାରଣ ଲୋକଙ୍କ ଜୀବନ ରକ୍ଷା ଦିଗରେ ମଧ୍ୟ ଅନେକ ଥର ପୋଲିସ କର୍ମୀଙ୍କ ଭୂମିକା ଗୁରୁତ୍ବ ବହନ କରିଛି । ଏହାକୁ ଦେଖିବା ପରେ କିଛି ଲୋକଙ୍କ ମନରେ ପୋଲିସ ପ୍ରତି ଥିବା ମାନସିକତାରେ ନିଶ୍ଚିତ ପରିବର୍ତ୍ତନ ଆସିବ ବୋଲି ଆମେ ଭାବୁଛୁ ।

   Related Posts