କଟକରେ ସାଇକୋ କିଲର ଆତଙ୍କ : ଜିଆରପି ଥାନାକୁ ହାଇଆଲର୍ଟ ଜାରି କଲା ରାଜ୍ୟ ରେଳବାଇ ପୋଲିସ

Published By : Prameya-News7 Bureau | July 26, 2019 IST

କଟକ ୨୬|୭: କଟକରେ ସାଇକୋ କିଲର ଆତଙ୍କ । ରାଜ୍ୟ ରେଳବାଇ ପୁଲିସ ଜିଆରପି ଥାନାକୁ ହାଇଆଲର୍ଟ ଜାରି କରିଛି। ଥାନା ଅଧୀନରେ ଥିବା ସମସ୍ତ ଷ୍ଟେସନ୍ ପ୍ଲାଟଫର୍ମ ଭିତରକୁ କୌଣସି ସନ୍ଦିଗ୍ଧଙ୍କୁ ସନ୍ଧ୍ୟା ପରଠାରୁ ଛଡ଼ାଯିବ ନାହିଁ। ଦୂର ସ୍ଥାନକୁ ଯିବାକୁ ରାତିରେ ଟ୍ରେନ୍ କୁ ଅପେକ୍ଷା କରିଥିବା ଯାତ୍ରୀ ଷ୍ଟେସନ ବାହାରେ ନଶୋଇ ପ୍ଲାଟଫର୍ମ ଭିତରେ ଶୋଇବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଅନ୍ୟପଟେ ଜଣେ ଅତିରିକ୍ତ ଏସ୍ ପିଙ୍କ ନେତୃତ୍ବରେ ୩ଟି ହତ୍ୟାକାଣ୍ଡର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରିଛି କଟକ କମିସନରେଟ୍ ପୁଲିସ । ଏହି ଟିମ୍ ହତ୍ୟାକାଣ୍ଡ ଘଟଣା ଘଟିଥିବା ଆଖପାଖ ଅଞ୍ଚଳର ସିସିଟିଭି କ୍ୟାମେରା ଫୁଟେଜ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଗଲା ୨୨ ତାରିଖ ବିଳମ୍ବିତ ରାତିରେ କଟକ ମଙ୍ଗଳାବାଗ ଥାନା ରାଣୀହାଟ କେନାଲ ରୋଡରେ ପ୍ରଥମ ଶିକାର କରିଥିଲା ସାଇକେ କିଲର । ୨୩ ତାରିଖ ବିଳମ୍ବିତ ରାତିରେ ବଡ଼ ମେଡିକାଲ୍ କାର୍ଡିଓଲୋଜି ବିଭାଗ ସାମ୍ନା ଏବ˚ ପାରଳା ମହାରାଜ ଶିଶୁ ଉଦ୍ୟାନ ସାମ୍ନା ଫୁଟପାଥରେ ଦୁଇ ଜଣଙ୍କୁ ହତ୍ୟା କରିବା ପରେ ଓଡ଼ିଶା ପୁଲିସ ଗତକାଲି ସବୁ ଏସ୍ ପି ଓ ଡିସିପିଙ୍କୁ ସତର୍କ କରିଛି। ଫୁଟପାଥରେ ଶୋଉଥିବା ଅସହାୟ ଲୋକଙ୍କୁ ସୁରକ୍ଷା ଦେବା ସହିତ ସନ୍ଦିଗ୍ଧଙ୍କୁ ପଚରାଉଚରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.