ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା : ହ୍ୟାଣ୍ଡରାଇଟିଙ୍ଗ୍ ବ୍ୟୁରୋକୁ ଗଲା ଡାଏରୀ, ଯାଞ୍ଚ କରିବେ ୭ ଜଣିଆ ଟିମ୍‌

Published By : Prameya-News7 Bureau | July 13, 2020 IST

ଭୁବନେଶ୍ୱର ୧୩।୦୭ : ସମାଜସେବୀ ଆଦିତ୍ୟ ଦାସ ମୁତ୍ୟୁ ମାମଲା । ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଗଲା ଆଦିତ୍ୟଙ୍କ ସୁଇସାଇଡ ନୋଟ । ଭୁବନେଶ୍ୱର ସ୍ଥିତ ରସୁଲଗଡ଼ରେ ଥିବା ଷ୍ଟେଟ୍ ଫୋରେନସିକ ସାଇଣ୍ଟିଫିକ୍ ଲ୍ୟାବରେ ହେବ ହସ୍ତାକ୍ଷର ଯାଞ୍ଚ । ହ୍ୟାଣ୍ଡରାଇଟିଂ ବ୍ୟୁରୋର ୭ ଜଣିଆ ଟିମ୍ କରିବେ ପରୀକ୍ଷଣ । ରେଲୱେ ପୋଲିସ ଆଦିତ୍ୟ ଡାଇରିକୁ ହସ୍ତାନ୍ତର କରିଛି ।

ସେପଟେ ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ମିଳିଛି ଆଉ ଏକ ତଥ୍ୟ । ଯେଉଁ ଲିଙ୍ଗରାଜ ରେଳ ଷ୍ଟେସନ ପାଖରେ ତାଙ୍କ ମୃତଦେହ ମିଳିଥିଲା ଜୁଲାଇ ୭ ତାରିଖ ସନ୍ଧ୍ୟା ୬ଟା ରୁ ରାତି ୧୦ ଭିତରେ ସେହି ରୁଟ ଦେଇ ଯାଇଥିବା ଟ୍ରେନର ତାଲିକା ଆସିଛି । ଜିଆର୍ ପିକୁ ଏହି ତାଲିକା ହସ୍ତାନ୍ତର କରିଛି ଖୋର୍ଦ୍ଧା ରୋଡ୍ ରେଳ ଡିଭିଜନ। ଜୁଲାଇ ୭ ତାରିଖ ସନ୍ଧ୍ୟା ୬ ଟା ରୁ ରାତି ୧୦ ଭିତରେ ଲିଙ୍ଗରାଜ ଷ୍ଟେସନ ଦେଇ ଯାଇଛି ୭ଟି ଟ୍ରେନ୍। ଏବେ ସୁଦ୍ଧା ୪ ଜଣ ଟ୍ରେନ ଚାଳକଙ୍କ ନାମ ଜିଆରପିକୁ ଦେଇଛି ଖୋର୍ଦ୍ଧା ରୋଡ୍ ରେଳ ଡିଭିଜନ୍ । ଖୁବଶୀଘ୍ର ସେମାନଙ୍କୁ ପଚରାଉଚୁରା କରିବ ଜିଆରପି।. ଗୋଟିଏ ପଟେ ପୋଲିସ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ଛାନ୍‌ଭିନ୍ ଜାରି ରଖିଥିବା ବେଳେ ଆଉ ଗୋଟିଏ ପଟେ ଆଦିତ୍ୟଙ୍କ ପତ୍ନୀ ଓ ତାଙ୍କ ବନ୍ଧୁଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଚାଲିଛି । ଘଟଣା ଘଟିବା ୬ଦିନ ପରେ ବି ଆଦିତ୍ୟଙ୍କ ପୋଷ୍ଟ ମର୍ଟମ ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ । ତେବେ ଘଟଣାରେ ଆଗକୁ କିଭଳି ମୋଡ ନେଉଛି । ତାହା ଦେଖିବାକୁ ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.