Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ହଟିବ କି ସସ୍‌ପେନ୍ସ ! ଆଦିତ୍ୟଙ୍କ କଲ୍‌ ରେକର୍ଡ ଯାଞ୍ଚ କଲା GRP

11/07/2020 at 10:38 AM

ଭୁବନେଶ୍ୱର ୧୧।୦୭: ଏବେ ବି ସସପେନ୍ସ ଘେରରେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣା । ଆଦିତ୍ୟଙ୍କ ଫୋନ୍ କଲ୍ ରେକର୍ଡ ଯାଞ୍ଚ କରିଛି ରେଲୱେ ପୋଲିସ । ଜୁଲାଇ ୧ରୁ ୬ତାରିଖ ଯାଏଁ ସମସ୍ତ ଫୋନ କଲ୍ ଯାଞ୍ଚ କରିଛି । ଆଦିତ୍ୟଙ୍କ ସହଯୋଗୀ ପପୁ ଏବଂ ବିକାଶ ଖୁବଶୀଘ୍ର GRPରେ ହାଜର ହୋଇ ପାରନ୍ତି । ଆଦିତ୍ୟ କରିଥିବା ପିପୁଲ୍ସ ଫର ସେବା ସ୍ବେଚ୍ଛାସେବୀ ସଂସ୍ଥାର ଆର୍ଥିକ ଲେଣଦେଣର ମଧ୍ୟ ଯାଞ୍ଚ କରିବ ଜିଆରପି । ପୋଷ୍ଟମର୍ଟମ ରିପୋର୍ଟରେ ମୁଣ୍ଡରେ ଗଭୀର ଆଘାତ ଯୋଗୁ ଆଦିତ୍ୟଙ୍କ ମୃତ୍ୟ ହୋଇଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ ସେଦିନ ରାତିରେ କ’ଣ ଘଟିଥିଲା ତାକୁ ନେଇ କୌଣସି ଖୁଲାସା କରିପାରିନି ଜିଆରପି ।

ସେହିଭଳି ଆଦିତ୍ୟଙ୍କ ଡାଏରୀରୁ ମିଳିଥିବା ସୁଇସାଇଡ୍ ନୋଟକୁ ହ୍ୟାଣ୍ଡ ରାଇଟିଂ ମ୍ୟାଚ୍  ପାଇଁ ଫୋରେନସିକ୍  ଲ୍ୟାବକୁ ପଠାଇ ରିପୋର୍ଟକୁ ଅପେକ୍ଷା କରିଛି ତଦନ୍ତକାରୀ ଟିମ୍ । ସମାଜସେବୀ ଆଦିତ୍ୟ ଦାଶଙ୍କ ସୁଇସାଇଡ୍  ମିଷ୍ଟ୍ରି ଘଟଣାରେ ଦିନ ଯେତିକି ବିତୁଛି, ରହସ୍ୟରେ ସେତିକି ନୂଆ ଟୁଇଷ୍ଟ ସାମ୍ନାକୁ ଆସୁଛି । ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ନା ସେ ଡିପ୍ରେସନର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି? ଆଦିତ୍ୟଙ୍କ ଦୁର୍ଘଟଣାକୁ ଦେଖିଥିବା ଲୋକୋ ପାଇଲଟଙ୍କୁ ଖୋଜିବା ଆରମ୍ଭ କରିଛି ଜିଆର୍ ପି । ସୋମବାର ସନ୍ଧ୍ୟାରୁ ମଙ୍ଗଳବାର ଭୋର ଭିତରେ ଲିଙ୍ଗରାଜ ରୋଡ୍  ଦେଇ କେଉଁ କେଉଁ ଟ୍ରେନ୍  ଯାଇଛି, ଭୁବନେଶ୍ୱର ରେଳଷ୍ଟେସନଠୁ ଏହାର ଏକ ଲିଷ୍ଟ ମଗାଇଛି ପୁଲିସ। ଏସବୁ ଟ୍ରେନ୍ ର ଲୋକୋ ପାଇଲଟଙ୍କୁ ଜେରା ପରେ ଘଟଣାରୁ କିଛିଟା ସସପେନ୍ସ ହଟିବ ବୋଲି ପୁଲିସ ଆଶା ରଖିଛି ।

   Related Posts