ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ଏବେ ପତ୍ନୀ ବିଦ୍ୟାଶ୍ରୀଙ୍କ ପାଳି, ଜେରା କରିବ ଜିଆର୍‌ପି

Published By : Prameya-News7 Bureau | July 16, 2020 IST

ଭୁବନେଶ୍ୱର ୧୬।୦୭:  ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଘଟଣାକୁ ଇତିମଧ୍ୟରେ ସପ୍ତାହକୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା , ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଘଟଣାକୁ ନେଇ ସବୁଦିଗରୁ ତଦନ୍ତ କରୁଥିବା ଜିଆର୍‌ପି ପୋଲିସ ଏବେ ଆଦିତ୍ୟଙ୍କ ପତ୍ନୀଙ୍କୁ ଜେରା ପାଇଁ ଡକାଯାଇଛି । ଶୁକ୍ରବାର ଦିନ ବିଦ୍ୟାଶ୍ରୀଙ୍କୁ ଜିଆର୍‌ପି ଜେରା କରିବ ବୋଲି ସୂଚନା ରହିଛି ।  

ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ଜିଆର୍‌ପି ପୋଲିସ ପୂର୍ବରୁ ବିକାଶ , ପପୁ,  ପ୍ରୀତମଙ୍କୁ ଜେରା କରି ସାରିଛି । ଆଉ ଏବେ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ପଚରାଉଚରା ପାଇଁ  ତାଙ୍କ ପତ୍ନୀ ବିଦ୍ୟାଶୀଙ୍କୁ ଡାକରା ହୋଇଛି । ଆସନ୍ତା ଶୁକ୍ରବାର ମାନେ ଆସନ୍ତାକାଲି ବିଦ୍ୟାଶୀଙ୍କୁ ଜେରା କରିବ ବିଦ୍ୟାଶ୍ରୀ । ସେହିପରି ଆଦିତ୍ୟଙ୍କ ମୃତ୍ୟୁ ଦିନର ଏକ ସିସିଟିଭ୍‌ ଫୁଟେଜ୍‌ ଜିଆର୍‌ପି ହାତରେ ଲାଗିଛି । ସିସିଟିଭ୍‌ ଫୁଟେଜ୍‌ ଆଧାରଣରେ ଆଦିତ୍ୟ ଏକା ଏକା ଯାଉଥିବାର ସୂଚନା ରହିଛି ।

ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ୍‌ ନିକଟରେ ଆଦିତ୍ୟ ଦାଶଙ୍କ ମୃତଦେହ ମିଳିଥିଲା । କେହି କେହି ଟ୍ରେନ୍‌ ଧକ୍କାରେ ମୃତ୍ୟୁବରଣ କରିଥିବା କହୁଥିବା ବେଳେ କିଏ ହତ୍ୟା କରି ଟ୍ରେନ୍‌ ଲାଇନ୍‌ରେ ଫିଙ୍ଗି ଦେଇଥିବା କଥା କହୁଛନ୍ତି । କିନ୍ତୁ ଯେପର୍ଯ୍ୟନ୍ତ ଘଟଣାରେ ଜିଆର୍‌ପି ପୋଲିସ ପକ୍ଷରୁ କୁହାଯାଇନାହିଁ । ସେପର୍ଯ୍ୟନ୍ତ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ବୋଲି କହିବା ସ୍ପଷ୍ଟ ହେବନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.