Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଆଦିତ୍ୟଙ୍କ ଡାଏରୀର ଲେଖା କାହାର ? ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଜବାବ ମାଗିଲା ଜିଆର୍‌ପି

20/07/2020 at 1:39 PM

ଭୁବନେଶ୍ୱର ୨୦।୦୭: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା । ଘଟଣାରେ ଯେତିକି ଯେତିକି ସମୟ ଗଡୁଛି, ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଘଟଣାର ଛାନ୍‌ଭିନ୍‌ କରୁଥିବା ଜିଆର୍‌ପି ତଦନ୍ତକୁ ତ୍ୱରିତ କରିବା ପାଇଁ ଏକ ନୂତନ ପଦକ୍ଷେପ ନେଇଛି । ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଚିଠି ଲେଖିଛି ଜିଆର୍‌ପି । ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଯାଇଥିବା ଆଦିତ୍ୟଙ୍କ ସୁଇସାଇଟ୍‌ ନୋଟ୍‌ର ରିପୋର୍ଟ ଶ୍ରୀଘ୍ର ଦେବାକୁ  ଚିଠି ଲେଖିଛି ଜିଆର୍‌ପି ।

ସୂଚନାଯୋଗ୍ୟ ଯେ, ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ପରେ,  ତାଙ୍କ ଡାଏରୀ  ସେଥିରେ ଥିବା ୪ ପୃଷ୍ଠାର ସୁଇସାଇଡ ନୋଟ ଆଦିତ୍ୟ ଲେଖିଛନ୍ତି କି ନା ନାହିଁ ତାର ତଦନ୍ତ କରିବା ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଥିଲା । ଜୁଲାଇ ୧୩ ତାରିଖରୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଯାଞ୍ଚ ପାଇଁ ପଠାଯାଇଛି । ଆଦିତ୍ୟଙ୍କ ସୁଇସାଇଡ ନୋଟ ଷ୍ଟେଟ୍ ଫରେନସିକ ସାଇଣ୍ଟିଫିକ୍‌ ଲ୍ୟାବ୍‌ରେ ହ୍ୟାଣ୍ଡରାଇଟିଂ ବ୍ୟୁରୋର ସାତ ଜଣିଆ ଟିମ୍ ଯାଞ୍ଚ  କରୁଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କିଛି ରିପୋର୍ଟ ଆସିନଥିଲା ।

ଯାହାକି ତଦନ୍ତରେ ବିଳମ୍ବ ହେଉଛି ବୋଲି ସନ୍ଦେହ କରାଯାଉଛି । ଶେଷରେ ଜିଆର୍‌ପି ହ୍ୟାଣ୍ଡରାଇଟିଂ ବ୍ୟୁରୋ ଚିଠି ଲେଖି ଶୀଘ୍ର ଉତ୍ତର ଦେବାକୁ କହିଛି ।  ସେହିପରି ପୂର୍ବରୁ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ , ସାଙ୍ଗ ବିକାଶ, ପପୁ, ପ୍ରୀତମଙ୍କ ସମେତ ୩୦ରୁ ଅଧିକ ଲୋକଙ୍କୁ ଜେରା କରି ସାରିଛି ଜିଆର୍‌ପି ।

   Related Posts