ଭାରତରେ କରୋନା ସଂକ୍ରମଣ ବଢାଇଲା ଚିନ୍ତା, WHO ଏହି ୭ ରାଜ୍ୟରେ ଲକ୍‌ଡାଉନ୍‌ କୋହଳ ନକରିବାକୁ ଦେଲା ପରାମର୍ଶ

Published By : Prameya-News7 Bureau | May 23, 2020 IST

ନୂଆଦିଲ୍ଲୀ ୨୩।୦୫: ଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି, ଯାହା ସବୁଠୁ ବଡ ଚିନ୍ତାର ବିଷୟ ପାଲଟିଛି। ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ସବୁ ରେକର୍ଡ କାଟି ଦେଇଛି। ଏହି ସମୟରେ ୬୬୫୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନାର ନୂତନ ସଂକ୍ରମିତଙ୍କ ଚିହ୍ନଟ ପରେ ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ୨୫ ହଜାର ୧୦୧ରେ ପହଞ୍ଚିଛି। ସେହି ପରି ୨୪ ଘଣ୍ଟାରେ ୧୩୭ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ ଅଦ୍ୟାବଧି କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୭୨୦ ହୋଇଛି। ଭାରତରେ ବଢୁଥିବା କରୋନା ସଂକ୍ରମିତ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଭାରତର ସାତୋଟି ରାଜ୍ୟରେ ଲକ୍‌ଡାଉନ୍ କୋହଳ ନକରିବାକୁ ପରାମର୍ଶ ଦେଇଛି।

ଡବ୍ଲ୍ୟଏଚଓ ଅନୁଯାୟୀ, ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ତେଲେଙ୍ଗାନା, ଚଣ୍ଡିଗଡ, ତାମିଲନାଡୁ ଓ ବିହାରରେ ଗତ ଦୁଇ ସପ୍ତାହ ସମୟରେ ଯେଉଁଭଳି କରୋନ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି, ଏହାକୁ ଦୃଷ୍ଟିରେ ରଖି ଏହି ସବୁ ଅଞ୍ଚଳରେ ଲକ୍‌ଡାଉନ୍‌ ଜାରି ରଖିବା ଉଚିତ୍। ଡବ୍ଲ୍ୟୁଏଚଓ ପରାମର୍ଶ ଦେଇଛି, ଯେଉଁ ରାଜ୍ୟରେ ୫ ପ୍ରତିଶତରୁ ଅଧିକ କରୋନା ସଂକ୍ରମିତ ରୋଗୀ ଅଛନ୍ତି, ସେଠାରେ ଲକ୍‌ଡାଉନ୍‌ କଡାକଡି ଜାରି ରଖାଯାଉ।

{"id":274837,"sizeSlug":"large"}

ଜନ ହପକିନ୍ସ ବିଶ୍ଵ ବିଦ୍ୟାଳୟ ଦ୍ଵାରା ଏହି ଧରଣର ଏକ ଅଧ୍ୟୟନରେ ଜାଣିବାକୁ ମିଳିଛି, ଆମେରିକାରେ କେବଳ ୫୦ ପ୍ରତିଶତ ରାଜ୍ୟରେ ଲକ୍‌ଡାଉନ୍‌ ହଟାଯାଇ ପାରିବ। ଏହି ପରି ଭାରତରେ ୩୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୨୧ ପ୍ରତିଶତ ହିଁ ଲକ୍‌ଡାଉନ୍‌ ଖୋଲିବା ଯୋଗ୍ୟ। ଗତ ମେ ୭ର ତଥ୍ୟ ଅନୁଯାୟୀ ମହାରାଷ୍ଟ୍ରରେ ୧୮ ପ୍ରତିଶତ, ଗୁଜରାଟରେ ୯ ପ୍ରତିଶତ, ଦିଲ୍ଲୀରେ ୭ ପ୍ରତିଶତ, ତେଲେଙ୍ଗାନାରେ ୬ ପ୍ରତିଶତ, ଚଣ୍ଡିଗଡରେ ୬ ପ୍ରତିଶତ, ତାମିଲନାଡୁରେ ୫ ପ୍ରତିଶତ ଓ ବିହାରରେ ୫ ପ୍ରତିଶତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ସବୁ ରାଜ୍ୟରେ ଡବ୍ଲ୍ୟୁଏଚଓର ମାନଦଣ୍ଡ ହିସାବରେ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

କିନ୍ତୁ ଡବ୍ଲ୍ୟୁଏଚଓର ପରାମର୍ଶ ପୂରା ରାଜ୍ୟରେ ଲାଗୁ ହେଉ ନାହିଁ କାରଣ ରାଜ୍ୟର କିଛି ଜିଲ୍ଲାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ରାଜ୍ୟରେ ହଟ୍‌ସ୍ପଟ୍‌ ଅଞ୍ଚଳରେ ଲକ୍‌ଡାଉନ୍‌ କଡାକଡି କରାଯାଇ ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.