ବେଗୁନିଆ ପୋଲିସକୁ ଅଟକ ରଖିଲେ ମହିଳା ଗୋଷ୍ଠୀ
3/12/2018 at 3:33 PM

ବେଗୁନିଆ ୩|୧୨ : ଖୋର୍ଦ୍ଦା ଜିଲ୍ଲା ବେଗୁନିଆରେ ପୋଲିସକୁ ଅଟକାଇଲେ ମହିଳା ଗୋଷ୍ଠୀ । ବେଗୁନିଆ ଥାନାର ଆଇଆଇସିଙ୍କ ସମେତ ୫କର୍ମଚାରୀ ଓ ଭ୍ୟାନ୍କୁ ମହିଳାମାନେ ଅଟକ ରଖିଛନ୍ତି । ସୂଚନାଯୋଗ୍ୟ ଯେ, ୨ମାସ ତଳେ ପରିଛଳ ଗାଁର ସରୋଜ ସାହୁ ନାମକ ଜଣେ ଯୁବକର ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିବାର ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଫଳରେ ପୋଲିସର ଶିଥିଳତା ସହିତ ଦୋଷୀକୁ ଧରିବାରେ ବିଫଳ ହେବା ପ୍ରତିବାଦରେ ପରିଛଳ ଗ୍ରାମର ମହିଳା ଗୋଷ୍ଠୀ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାପାଇଁ ବସ୍ ରେ ବାହାରିଥିବାବେଳେ ବେଗୁନିଆ ପୋଲିସ ସେମାନଙ୍କୁ ଅଟକାଇଥିଲେ । ଫଳରେ ମହିଳା ଗୋଷ୍ଠୀ ବିରୋଧ କରି ଅଟକ ରଖିଛନ୍ତି।
Related Posts
ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
26 January 2021