Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||

ରାଜ୍ୟର ବିଭନ୍ନ ସ୍ଥାନରେ ହାତୀପଲଙ୍କ ଉପଦ୍ରବ: କୋଉଠି ଲୋକଙ୍କୁ ମାରୁଛନ୍ତି ତ କୋଉଠି ଫସଲ ନଷ୍ଟ କରୁଛନ୍ତି, ରାସ୍ତାରେ ଠିଆ ହୋଇ ବନ୍ଦ କରିଦେଉଛନ୍ତି ଯାତାୟତ

10/11/2018 at 5:43 PM

ଭୁବନେଶ୍ବର ୧୦|୧୧: ହାତୀଙ୍କ ଉତ୍ପାତ । ମୟୁରଭଞ୍ଜ ମୋରଡାରେ ଝାଡଖଣ୍ଡୀ ହାତୀ ପଲଙ୍କ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଘର ଭାଙ୍ଗିଛନ୍ତି ହାତୀ ପଲ । ସେପଟେ ଆଠଗଡ଼ ଖୁଣ୍ଟୁଣି ସାରକୋଳିରେ ହାତୀ ରସ୍ତା ଉପରକୁ ଚାଲି ଆସୁ ଥିବାରୁ ଯାତାୟତରେ ବାଧା ଉପୁଜିବା ସହ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଆଉ ନୀଳଗିରିରେ ଝାଡଖଣ୍ଡୀ ହାତୀ ପଲ  ଧାନ ବିଲରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି ।  

ହାତୀ ପଲଙ୍କ ଉପଦ୍ରବ । ମୟୁରଭଞ୍ଜର ମୋରୋଡା ଓ ଶୁଳିଆପଦାରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ ହୋଇଛି  । ମୃତକ ହେଲେ ପାରିଆକୁଳି ଗାଁର ନାରାୟଣ ଟୁଡୁ । ଭୋର ସମୟରେ ନାରାୟଣ ବିଲକୁ ଯାଇଥିବା ବେଳେ ହାତୀପଲ ତାଙ୍କୁ ଆକ୍ରମଣ କରିଥିଲେ । ନାରାୟଣଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । କେବଳ ସେତିକି ନୁହେଁ ଅଜାଣ ଗାଁରେ ପଶି ହାତୀ ପଲ ଦୁଇ ଜଣ ଗ୍ରାମବାସୀଙ୍କ ଘର ଭାଙ୍ଗିଛନ୍ତି ।ପଡୋଶୀ ପଶ୍ଚିମବଙ୍ଗ ଦେଇ ଝାଡଖଣ୍ଡୀ ହାତୀପଲ ମୟୂରଭଞ୍ଜ ଦେଉଳୀ, ବେତନଟୀ ଓ ରାସଗୋବିନ୍ଦପୁରରେ ପ୍ରତିବର୍ଷ ପଶି ବ୍ୟାପକ ଫସଲ ହାନୀ କରୁଛନ୍ତି । ଚଳିତ ବର୍ଷ ମଧ୍ୟ ଦୁଇଟି ପଲରେ ୭୦ ରୁ ଅଧିକ ହାତୀ ଆସି ଉତ୍ପାତ ମଚାଇଛନ୍ତି । ଫଳରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି ।

କେବଳ ମୋରଡା ଅଞ୍ଚଳରେ ନୁହେଁ ବାଲେଶ୍ବର ନୀଳଗିରି ଅଞ୍ଚଳରେ ବି ହାତୀ ପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି  । ବେତନଟୀ ରେଞ୍ଜରେ ୩୪ ଟି ହାତୀ  ଓ ରାସଗୋବିନ୍ଦପୁରରେ ୭୩ଟି ହାତୀ ରହିଛନ୍ତି । ଧାନ ବିଲରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ଏହି ହାତୀ ପଲ । ହାତୀପଲଙ୍କୁ ନେଇ ଅଞ୍ଚଳବାସୀ ଆତଙ୍କିତ ଥିବା ବେଳେ ହାତୀଙ୍କୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ବାରିପଦା ବନ ସଂରକ୍ଷକ।

କଟକ ଆଠଗଡ ଖୁଣ୍ଟୁଣି ରେଞ୍ଜରେ ବି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ସାରକୋଳି -ବଉଳ ରାସ୍ତାରେ ଭୋରରୁ ୨୦ରୁ ଅଧିକ ହାତୀପଲ ରାସ୍ତା ଉପରେ ଠିଆ ହେବା ଯୋଗୁଁ ଗାଡି ଚଳାଚଳ ପ୍ରଭାବିତ ହୋଇଥିଲା । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ହାତୀ ପଲଙ୍କୁ ଜଙ୍ଗଲକୁ ଘଉଡାଇଛନ୍ତି । ଏବେ ହାତୀପଲ ବଉଳ ସଂରକ୍ଷିତ ଜଙ୍ଗଲରେ ଅଛନ୍ତି । ଶୀତ ଦିନ ଆସିଲେ ଧାନ ଫସଲ ଖାଇବାକୁ ହାତୀପଲ ବିଭିନ୍ନ ଜଙ୍ଗଲରୁ ଜନବସତି ଆଡକୁ ଚାଲି ଆସୁଛନ୍ତି । ସ୍ଥାନୀୟ ଲୋକେ ଏଥିପ୍ରତି ସଜାଗ ହେବା ସହ ବନ ବିଭାଗ ହାତୀଙ୍କ  ଉପରେ କଡା ନଜର ରଖିବାର ଆବଶ୍ୟକତା ରହିଛି । 

   Related Posts