ତାଳଚେର ନିକଟରେ ହାତୀ ପଲଙ୍କ ଉପଦ୍ରବ ; ବ୍ୟାପକ ଫସଲ ନଷ୍ଟ କଲେଣି ହାତୀ ପଲ

Published By : Prameya-News7 Bureau | October 26, 2018 IST

ଅନୁଗୋଳ ୨୬|୧୦: ଅନୁଗୋଳ ଜିଲ୍ଲା ତାଳଚେର ନିକଟ କାଙ୍କିଳି ପଞ୍ଚାୟତରେ ହାତୀ ଆତଙ୍କ ଦେଖାଯାଇଛି । ହରିହରପୁର, କାକୁଡି, ସନ୍ଥପଡା, ଦାସନାଳୀ ଓ ଟିଟିପିଏସ ଆସପଣ୍ଡ ନିକଟରେ ୨୦ଟିକିଆ ହାତୀପଲଙ୍କ ପାଦ୍ରୁଭ।ବ ବଢ଼ିଛି । ବ୍ୟାପକ ଧାନ ଓ କଦଳୀ ବଗିଚା ନଷ୍ଟ କଲେଣି ହାତୀ ପଲ । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟଲେ।କେ । ଏହି ହାତୀ ପଲ ଢେଙ୍କାନାଳ ପଟରୁ ବ୍ରାହ୍ମଣୀ ନଦୀ ପାର ହୋଇ ଆସିଥିବା ଜଣାପଡିଛି । ହାତୀଙ୍କୁ ଘଉଡାଇବା ପାଇଁ ବନ ବିଭାଗ ଚେଷ୍ଟା ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.