ଜନବସତି ମୁହାଁ ଗଜରାଜ ; କଟକ ସିଡିଏ ସେକ୍ଟର-୮ରେ ପଶିଲେ ହାତୀପଲ

Published By : Prameya-News7 Bureau | December 24, 2018 IST

କଟକ ୨୪|୧୨: ଜନବସତି ମୁହାଁ ଗଜରାଜ । କଟକ ସିଡିଏ ସେକ୍ଟର-୮ରେ ପଶିଲେ ହାତୀପଲ । ଗତକାଲି ରାତିରେ ଆଠଗଡ ପଟୁ ୧୩ଟିକିଆ ହାତୀ ପଲ ସ୍ଥାନୀୟ ଅଞ୍ଚଳକୁ ପଶିଆସିଥିଲେ । ସେଥିମଧ୍ୟରୁ ୧୨ଟି ହାତୀ କୁଶପଙ୍ଗି ଦେଇ ଆଠଗଡ ଯାଇଥିବା ବେଳେ ଗୋଟିଏ ହାତୀ ସିଡିଏ ଅଞ୍ଚଳରେ ରହିଥିବା ଚୌଦ୍ବାର ଫରେଷ୍ଟର ସୂଚନା ଦେଇଛନ୍ତି । ହାତୀଙ୍କୁ ଘଉଡାଇବା ପାଇଁ ବନ ବିଭାଗ ଓ ପୋଲିସ ଉଦ୍ୟମ ଚଳାଇଛନ୍ତି ।

କିଛି ଦିନ ତଳେ କଟକ ମହାନଦୀ ପାର ହୋଇ ରାଜରାସ୍ତାକୁ ଚାଲି ଆସିଥିଲେ ହାତୀପଲ । ମହାନଦୀ ପାର୍‌ ହୋଇ ସିଡିଏ ବାଲିବନ୍ଧ ଦେଇ ବ୍ରଜବିହାରୀପୁର ପଠାକୁ ଚାଲି ଆସିଥିଲେ ୧୪ ହାତୀ। ହାତୀଙ୍କୁ ଦେଖି ଅଂଚଳବାସୀ ଆତଙ୍କିତ ହୋଇପଡିଥିଲେ। ବନ କର୍ମଚାରୀ ହାତୀପଲଙ୍କୁ ଘଉଡାଇଥିଲେ ।

ସେହିପରି କଟକ ଚୌଦ୍ବାର ସହରରେ ହାତୀ ପଲ ଉପଦ୍ରବ କରିଥିଲେ । ଚାରବାଟିଆ ଏୟାର ବେସ୍ ପାଚେରୀ ଭାଙ୍ଗି ପଶିଯାଇଥିଲେ ହାତୀ ପଲ । ଏହା ସହ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.