Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ରାସ୍ତା ଉପରେ ବୁଲୁଛନ୍ତି ହାତୀ ପଲ ; ସ୍ଥାନୀୟଲୋକ ଆତଙ୍କିତ

19/12/2018 at 1:04 PM

ଆଠଗଡ ୧୯|୧୨: ରାସ୍ତା ଉପରେ ବୁଲୁଛନ୍ତି ହାତୀ ପଲ । କଟକ ଜିଲ୍ଲା ଆଠଗଡ ୫୫ ନମ୍ବର ଜାତୀୟ ରାଜପଥ ଓରନ୍ଦା ନିକଟରେ ଆଜି ସକାଳୁ ଏକାସଙ୍ଗେ ୨୦ରୁ ଅଧିକ ହାତୀ ବୁଲୁଥିବା ଦେଖିବାକୁ ମିଳିଛି । ରାସ୍ତାରେ ହାତୀ ବୁଲୁଥିବା ଫଳରେ କିଛି ସମୟ ପାଇଁ ସେହି ରାସ୍ତା ଉପରେ ଗାଡି ମଟର ଚଳାଚଳ ବନ୍ଦ ରହିଥିଲା । ଫଳରେ କିଛି ସମୟ ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ମଟର ଛିଡାହୋଇ ରହିଥିଲା । ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ହାତୀ ରାସ୍ତାରେ ବୁଲୁଥିବାର ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ରାସ୍ତା ଉପରେ ଥିବା ହାତୀ ମାନଙ୍କୁ ଜଙ୍ଗଲ ଭିତରକୁ ଘଉଡାଇ ଦେଇଛନ୍ତି ବନ ବିଭାଗ କର୍ମଚାରୀ ।

ସୂଚନା ଅନୁସାରେ ହାତୀ ପଲ କିଛିଦିନ ହେଲା ମହାନଦୀ ପାର ହୋଇ ଚନ୍ଦକା ଜଙ୍ଗଲକୁ ଚାଲି ଯାଇଥିବାବେଳେ ପୁଣି ଆଠଗଡ ଅଞ୍ଚଳକୁ ଫେରି ଆସିଛନ୍ତି । ଏଭଳି ଭାବେ ବାରମ୍ବାର ହାତୀ ପଲ ରାସ୍ତା ଉପରେ ବୁଲୁଥିବା ଫଳରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହାତୀପଲଙ୍କୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

   Related Posts