ବାଲେଶ୍ବର ନୀଳଗିରି ଅଞ୍ଚଳରେ ହାତୀ ଉପଦ୍ରବ ; ଘରଦ୍ବାର ଭଙ୍ଗାରୁଜା ସହ ବ୍ୟାପକ ଫସଲ ନଷ୍ଟ କଲେ ହାତୀ ପଲ

Published By : Prameya-News7 Bureau | November 16, 2018 IST

ବାଲେଶ୍ବର ୧୬|୧୧: ବାଲେଶ୍ବର ନୀଳଗିରି ଅଞ୍ଚଳ​ରେ ହାତୀ ଉପଦ୍ରବ । ଗତ ୩-୪ ଦିନ ହେବ ପାଖାପାଖି ୫୦ଟି ହାତୀ ଘରଦ୍ବାର ଭଙ୍ଗାରୁଜା କରିବା ସହିତ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ସମସ୍ତ ହାତୀ ଝାଡ଼ଖଣ୍ଡ ଅଞ୍ଚଳରୁ ଆସିଥିବା ଜଣାପଡ଼ିଛି । ଏକର ଏକର ଚାଷ ଜମିକୁ  ହାତୀ ନଷ୍ଟ କରିଛନ୍ତି । ବିଶେଷ କରି ଧାନ ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି । ତେବେ ହାତୀ ଘଉଡାଇବାରେ ବନବିଭାଗ ସଠିକ୍  ପଦକ୍ଷେପ ନେଉନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ହାତୀ ଉପଦ୍ରବ ନେଇ ଜନଅନ୍ତୋଷ  ବଢ଼ିବାରୁ ଗତକାଲି ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିବା ସହିତ ବନକର୍ମଚାରୀଙ୍କୁ ଅଟକ ରଖିଥିଲେ । ଖବର ପାଇ ଘଟଣାସ୍ଥଳକୁ ଯାଇ ଅତିରିକ୍ତ ତହସିଲଦାର ଲୋକଙ୍କ ବୁଝାସୁଝା କରିବା ସହିତ କ୍ଷତିପୂରଣ ପ୍ରତିଶ୍ରୁତି ଦେବା ପରେ ଲୋକ ଶାନ୍ତ ପଡ଼ିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.