ସଟ୍‌ଡାଉନ୍‌ ଘୋଷଣାକୁ ନେଇ ଗାଁରେ ଗୋଷ୍ଠୀ ସଂଘର୍ଷ : ଉଭୟ ପକ୍ଷରୁ ୭ଜଣରୁ ଅଧିକ ଆହତ, ଗାଁରେ ପୋଲିସ ମୁତୟନ

Published By : Prameya-News7 Bureau | June 23, 2020 IST

ଖଲ୍ଲିକୋଟ ୨୩।୦୬:  ଗଂଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଛି । ଗୋଷ୍ଠୀ ସଂଘର୍ଷରେ ଉଭୟ ପଟରୁ ୭ଜଣ ଆହତ ହେଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଁରେ ପୋଲିସ ମୁତୟନ କରାଯାଇଛି ।  

{"id":290350,"sizeSlug":"large"}

ସୂଚନା ମୁତାବକ ଗତ କିଛି ଦିନ ତଳେ ଗ୍ରାମରେ  ସଟ୍‌ଡାଉନ କରିବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା । ଗ୍ରାମର ଗୋଟିଏ ଗୋଷ୍ଠୀ ସଟଡାଉନକୁ ସମର୍ଥନ କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରୁଥିଲେ । ଯାହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ କନ୍ଦଳ ଲାଗିରହିଥିଲା । ଏହାକୁ ଦୃଷ୍ଟି ରେ ରଖି ରମ୍ଭା ଥାନା ପକ୍ଷରୁ ସେହି ଗ୍ରାମରେ ଏକ ପ୍ଲାଟୁନ ପୋଲିସ ମଧ୍ୟ ମୁତୟନ କରାଯାଇଥିଲା । କିନ୍ତୁ ଆଜି ସକାଳେ ଗାଁର ଗୋଟିଏ ଗୋଷ୍ଠୀ ସ୍କୁଲ ସଫା କରିବା ସମୟରେ ଅନ୍ୟ ଏକ ଗୋଷ୍ଠୀ ଆସି ଆକ୍ରମଣ କରିଥିଲେ ।

{"id":290351,"sizeSlug":"large"}

ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ ୭ଜଣରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ପାଇବା ପରେ  ଘଟଣା ସ୍ଥଳରେ ରମ୍ଭା ଥାନା ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ସେଠୀ ଏବଂ ତହସିଲଦାର ଅବନୀ କୁମାର ସାହୁ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ଘଟଣା ପରେ ପୁରା ଗାଁରେ ଏବେ ପୁଲିସ ଛାଉଣୀ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.