ଆସିକା ସବଜେଲରେ କଏଦୀଙ୍କ ଗଣ୍ଡଗୋଳ ; ୨ କଏଦୀ ଗୁରୁତର
Published By : Prameya-News7 Bureau | July 26, 2018 IST
ଗଞ୍ଜାମ ଜିଲ୍ଲା ଆସିକା ସବ ଜେଲରେ କଏଦୀଙ୍କ ମାଡ଼ରେ ଦୁଇ ଗୁରୁତର ହୋଇ ଆସିକା ମେଡ଼ିକାଲ ରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଦୁଇ କଏଦୀ ହେଲେ ରବିନ୍ଦ୍ର ଦାଶ ଓ ସୁନିଲ ରେଡ୍ଡୀ ବୋଲି ଜଣାପଡିଛି । ଉଭୟଙ୍କ ନାଁ ଅନେକ ମାମଲା ରହିଛି | ସେହି ମାମଲାରେ ଏମାନେ ଆସିକା ସବଜେରେ ବିଚାରାଧୀନ କଏଦୀ ଭାବେ ରହୁଥିଲେ |ତେବେ ପୂର୍ବ ଶତ୍ରୁତା ନେଇ ଉଭୟଙ୍କ ମଧ୍ୟରେ ଵଚସା ହୋଇଥିଲା। ଆଜି ସକାଳ ପ୍ରାୟ ଆଠ ବେଳେ ଏ ଘଟଣା ଘଟିଛି । କେଉଁ କାରଣ ରୁ ଗଣ୍ଡଗୋଳ ହୋଇଛି ତାହା ଜଣାପଡ଼ିନାହିଁ । ପଥରା ଗ୍ରାମର ବଳରାମ ଏମାନଙ୍କୁ ମାରି ଥିବା ସୂଚନା ରହିଛି। ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଛି।