କେନ୍ଦ୍ରାପଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

Published By : Prameya-News7 Bureau | August 18, 2019 IST

କେନ୍ଦ୍ରାପଡା  ୧୮/୮ : କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତଗର୍ତ ପତ୍ରପୁର ନିକଟରେ ଗତକାଲି ରାତିରେ ପତ୍ରପୁର ଗାଁର ଦେବାଶିଷ ମଳିକ ବାଇକ ଯୋଗେ ପଟ୍ଟାମୁଣ୍ଡାଇ ଯାଉଥିବା ସମୟରେ ପତ୍ରପୁର ବଜାର ନିକଟରେ ମଙ୍ଗୁ  ଅଲିଅସ ସେବାଜ ଖାନଙ୍କ ସହିତ ଉଭୟଙ୍କ ଗାଡି ଧକ୍କା ହେବାକୁ କେନ୍ଦ୍ର କରି ଉଭୟ ଙ୍କ ମଧ୍ୟରେ ବଚସା ଲାଗିବ ସହିତ ମାଡ଼ ଗୋଳ ଲାଗିଥିଲା ।

ତେବେ ଦେବାଶିଷ ବଜରଙ୍ଗ ଦଳର କାର୍ଯ୍ୟକର୍ତା ହୋଇଥିବାରୁ କଥା ସାମ୍ପ୍ରଦାୟିକତା ଆଡ଼କୁ ଗତି କରିବାରୁ ପରିସ୍ଥିତି ଉଭୟ ଜାତିଆନକୁ ନେଇ କଥା ଉଠିଥିଲା । ପରେ ଖବର ପାଇ କେନ୍ଦ୍ରାପଡା ଏସ୍ପି ନୀତି ଶେଖର , ଏସ୍ଡିପିଓ ରଞ୍ଜନ ଦେ, ଆଇ ଆଇସି ସଲିଲ ପ୍ରଧାନ ଘଟଣା ସ୍ଥଳକୁ ଯାଇ ସ୍ଥିତି ପରଖିବା ସହିତ ଉଭୟଙ୍କୁ ପୋଲିସ ହେପାଜତକୁ ନେଇ ପଚରା ଉଚୁରା ଜାରି ରଖିଛି ।ଅନ୍ୟପଟେ କାଳେ କୋଣସି ପରିସ୍ଥିତି ନିୟନ୍ତ୍ରଣାଧିନ ହେବ ସେଥିପାଇଁ ପତ୍ରପୁରରେ ଦୁଇ ପ୍ଲାଟୁନ ପୋଲିସ ମୃତୟନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.