Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ଗୁଳି ମାଡରେ ଚାଲିଗଲା ଦୁଇ ଜଣଙ୍କ ଜୀବନ, ୧୨ ଗୁରୁତର ଏସସିବି ସ୍ଥାନାନ୍ତର

6/04/2021 at 5:00 PM

ଆଠଗଡ ୦୬।୦୪: ଗାଁ ପାଖ ଭାଗବତ ମୁଣ୍ଡିଆ ଜମିକୁ ନେଇ ଦୁଇ ଗାଁରେ ତୁମୁଳ କାଣ୍ଡ । ଦୀର୍ଘଦିନ ଧରି ଥିବା ଜମି ବିବାଦ ନତୁଟିବା ଯୋଗୁଁ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷରେ ଚାଲିଗଲା ୨ଟି ଅମୂଲ୍ୟ ଜୀବନ । ଆଠଗଡ ବଡମ୍ବା ବ୍ଲକ ଭଗତପୁର ଓ ବୁଢାପଙ୍କ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ବୋମା ମାଡ ଓ  ଗୁଳି ମାଡ ହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିବା ସହ ୧୨ ରୁ ଅଧିକା ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ମାଣିଆବନ୍ଧରେ ଚିକିତ୍ସା କରାଇବା ସହ ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ SCBକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଆଠଗଡ ଉପଜିଲ୍ଲାପାଳ ,କଟକ ଅତିରିକ୍ତ ଏସପି ପହଞ୍ଚି ଘଟଣାର ସ୍ଥିତି ଅନୁଧ୍ୟାନ କରିବା ଉତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ଏହି ସମୟରେ ଉତ୍ତ୍ୟକ୍ତ ମହିଳା ମାନେ ଅତିରିକ୍ତ ଏସପିଙ୍କୁ ପେଲାଠେଲା  କରିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ଜମି ବିବାଦ ଆଜକୁ ଦୀର୍ଘଦିନ ଧରି ଲାଗିରହିଥିବା ବେଳେ ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ଡକାଯାଇ ଏହାର ସମାଧାନ କରାଯାଇଥିଲା। କିନ୍ତୁ ଏହାର କୌଣସି ନିଷ୍କର୍ସ ବାହାରି ପାରିନଥିଲା।   ଆଜି ଘଟିଥିବା ଗୋଷ୍ଠୀ ସଂଘର୍ଷରେ ଦୁଇ ମୃତକ ହେଲେ ଭଗତପୁର ଗାଁର ଅଶ୍ବିନୀ ପାଳ(୩୪) ଓ ପବିତ୍ର ଆରୁଖ (୨୬)। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି।  ରାଜପଥ ୬୫  ନମ୍ବର କଟକ-ନରସିଂହପୁର ମୁଖ୍ୟ ରାସ୍ତାର ଅଭିମାନପୁର ଛକନିକଟରେ ମୃତଦେହ ରଖି ରାସ୍ତା ଅବରୋଧ କରାଯାଇଛି। ଉଭୟ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୃତୟନ କରାଯାଇଛି। ଏହି ଘଟଣା ପାଇଁ ପ୍ରଶାସନକୁ ଦାୟୀ କରିବା ସହ ଏହି ଘଟଣାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ଭାଗବତପୁର ଗାଁ ସଭାପତି।

ଗୁରୁତର ଅବସ୍ଥାରେ ୧୨ ଜଣ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ବେଳେ ସେଠାରେ ସେମାନଙ୍କୁ ଭେଟିବା ସହ ସମସ୍ତଙ୍କର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି । ଘଟଣା ସ୍ଥଳରେ ଆଠଗଡ ଉପଜିଲ୍ଲାପାଳ ପହଞ୍ଚି ଏକ ଅଙ୍ଗନୱାଡି ଘର ତିଆରି ପାଇଁ ସରକାରୀ ଜାଗା ସଫା ପାଇଁ ଏଭଳି ଘଟଣା ଘଟିଥିବା କହିଛନ୍ତି ।

   Related Posts