କାଜୁ ବଗିଚାକୁ ନେଇ ଗୋଷ୍ଠୀ ସଂଘର୍ଷ : ଦୁଇ ମୃତ ,୧୦ରୁ ଅଧିକ ଆହତ

Published By : Prameya-News7 Bureau | April 11, 2020 IST

ଟାଙ୍ଗୀ ୧୧।୦୪ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡା ଗ୍ରାମରେ କାଜୁ ବଗିଚାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣରୁ ଅଧିକ ଆହତ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୫ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । କେତେକ ଗୁରୁତର କ୍ୟାପିଟାଲ ହସ୍ପିଟାଲ ଓ ଆଉ କେତେକ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି ।

{"id":252213,"sizeSlug":"large"}

ସୂଚନାଯୋଗ୍ୟ ଯେ, ରାଇପଡ଼ା ଗ୍ରାମର ବେଣୁଧର ପ୍ରଧାନ ଓଡ଼ିଶା କାଜୁ ଉନ୍ନୟନ ନିଗମଠାରୁ କଦମଝୋଲା କାଜୁ ବଗିଚାକୁ ନିଲାମ ଆଣିଛନ୍ତି । କାଜୁ ବଗିଚାରେ ବିଭିନ୍ନ କାମ ପାଇଁ ୮ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ଏବେ କାଜୁ ସଂଗ୍ରହ ସମୟ ହୋଇଥିବା ବେଳେ ବେଣୁଧରଙ୍କ ଏହି ୮ଜଣ ଲୋକ ଆଜି ତାଙ୍କ ବଗିଚାରୁ କାଜୁ ସଂଗ୍ରହ କରୁଥିଲେ । ଏହି ସମୟରେ ରାଇପଡ଼ା ଗ୍ରାମର ୪୦ରୁ ଅଧିକ ଲୋକ ସଂଘବଦ୍ଧ ହୋଇ ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏଥିସହ କାଜୁ ଗଛ ଭାଙ୍ଗି ବଗିଚାକୁ ନଷ୍ଟ କରି ଦେଇଥିଲେ ।

{"id":252214,"sizeSlug":"large"}

ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଥିଲା । ଆହତମାନଙ୍କୁ ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସଙ୍ଘର୍ଷରେ ଦୁର୍ଗା ପ୍ରଧାନ (୫୦) ଓ ବିରଞ୍ଚି ପ୍ରଧାନ (୫୫)ଙ୍କ ସମେତ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଦୁର୍ଗା ପ୍ରଧାନ ଟାଙ୍ଗୀ ଡାକ୍ତରଖାନାରେ ଓ ବିରଞ୍ଚି ପ୍ରଧାନ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ । ସଂଘର୍ଷକୁ ନେଇ ରାଇପଡ଼ାରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନୟାଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର ଚାନ୍ଦପୁର ଥାନାକୁ ଆସି ଘଟଣାର ତଦନ୍ତ କରିଛନ୍ତି । ଏହି ଗୋଷ୍ଠୀ ସଂଘର୍ଷରେ ଗ୍ରାମର ଜଣେ ପ୍ରଭାବଶାଳୀ ବ୍ୟକ୍ତି ସମ୍ପୃକ୍ତ ଥିବା ଥାନାରେ ଅଭିଯୋଗ ହେଇଛି । ପୋଲିସ ଘଟଣାଣରେ ଛାନ୍‌ଭିନ୍‌ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.