ଆନନ୍ଦପୁରରେ କମେଣ୍ଟ ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
23/08/2018 at 6:01 AM

କେନ୍ଦୁଝର ୨୩/୮:ଆନନ୍ଦପୁରରେ କମେଣ୍ଟ ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ । ଆନନ୍ଦପୁର ଉପଖଣ୍ଡ ରେକୁଟିଆ କଲେଜ ଠାରେ ରେକୁଟିଆ ଗାଁ ଓ ତରିମୂଳ ଗାଁ ମଧ୍ୟରେ ସଂଘର୍ଷ ହୋଇଛି । କିଛି ଦିନ ତଳେ ତରିମୂଳ ଗାଁର ଜଣେ କଲେଜ ଛାତ୍ରୀଙ୍କୁ ରେକୁଟିଆ ଗାଁର ଯୁବକମାନେ କମେଣ୍ଟ କରିଥିଲେ । ଏ ନେଇ ଆଜି ଉଭୟ ଗାଁର କଲେଜ ଛାତ୍ର ଓ ଅଣ ଛାତ୍ର ରେକୁଟିଆ କଲେଜ ସମ୍ମୁଖ ରାସ୍ତାରେ ମୁହାଁମୁହିଁ ହୋଇ ପରସ୍ପରକୁ ଆକ୍ରମଣ କରିଛନ୍ତି । ଖବର ପାଇ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ୨ ଗୋଷ୍ଠୀର ସମସ୍ତେ ଜାଗା ଛାଡି ପଳାଇଛନ୍ତି ।
Related Posts
କମିଲା ତାତି, ୬ରୁ ପୁଣି ବଢିବ : ୪୨ ଡିଗ୍ରୀ ଛୁଇଁବ ପାରଦ !
3 March 2021