ପାଣି ପାଇଁ ଦଙ୍ଗା : Bigstory Followup

Published By : Prameya-News7 Bureau | May 12, 2018 IST

ମହାରାଷ୍ଟ୍ର ଔରଙ୍ଗାବଦା ଜିଲ୍ଲାରେ ଗୋଷ୍ଠୀ ସଂଘର୍ଷ । ଗୁଳି ମାଡରେ ୨ ଯୁବକ ମୃତ, ୨୫ ଜଣ ଆହତ । ଏହି ସଂଘର୍ଷକୁ ନେଇ ଔରଙ୍ଗାବଦା ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି । ଗତକାଲି ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷ ଗାନ୍ଧୀନଗର  ଏବଂ ରାଜାବଜାର ଏବଂ ଶାହଗଞ୍ଜ ଅଞ୍ଚଳକୁ ବ୍ୟାପି ଯାଇଥିଲା । ପଥରମାଡ ସହ ଦୋକାନରେ ନିଆଁ ଲାଗଇଦେଇଥିଲେ । ଏହି ସଂଘର୍ଷରେ ୨୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣ ପୋଲିସ କର୍ମଚାରୀ ରହିଥିବା ଜଣାପଡିଛି । ପୋଲିସ ଏହି ସଂଘର୍ଷକୁ ଆୟତ୍ତ କରିବା ପାଇଁ ଗୁଳିମାଡ କରିଥିଲା । ଯେଉଁଥିରେ ଜଣେ ଶିଶୁ ଗୁରୁତର ହୋଇଛନ୍ତି । ତେବେ ପୋଲିସ ସୂଚନା ଅନୁଯାୟୀ ପାଣିକୁ ନେଇ ଏହି ସଂଘର୍ଷ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.