ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ମାରପିଟ୍ ; ଦୁଇ ପରିବାରର ୬ ଜଣ ଆହତ

Published By : Prameya-News7 Bureau | September 14, 2018 IST

ନୟାଗଡ ୧୪/୯ : ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ମାରପିଟ୍ ହୋଇଛି । ମାରପିଟରେ ଗୋଟିଏ ପରିବାରର ୪ ଜଣ ଆହତ ହୋଇଥିବା ବେଳେ ଅନ୍ୟ ପରିବାରର ଦୁଇଜଣ ଆହତ ହୋଇଛନ୍ତି । ନୟାଗଡ ଜିଲ୍ଲା ଇଟାମାଟି ଥାନା ବାଉଶିଆପଡା ଗଁ।ରେ ଆଜି ଏହି ଘଟଣା ଘଟିଛି । ଏହି ଗଁ। ବଡସାହିର ରାମଚନ୍ଦ୍ର ମହାନ୍ତି ଏବଂ ପହିଲି କହଁରଙ୍କ ମଧ୍ୟରେ ଜମିବାଡିକୁ କେନ୍ଦ୍ରକରି ବିବାଦ ଲାଗି ରହିଥିଲା । ପହିଲି ଗତକାଲି ରାମଚନ୍ଦ୍ରଙ୍କ ଜାଗାକୁ ମଡାଇ ପାଚେରି ନିର୍ମ।ଣ କରୁଥିଲେ । ଆଜି ରାମଙ୍କ ପରିବାର ଲୋକ ବିରୋଧ କରିବାରୁ ପହିଲି ଏବଂ ତାଙ୍କ ପରିବାରର ୧୦ରୁ ଅଧିକ ସଦସ୍ୟ ଠେଙ୍ଗାବାଡି ଧରି ରାମଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ରାମ ନିଜେ ଏବଂ ତାଙ୍କର ବୋହୁ ଓ ଗୋଟିଏ ନାତି ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ନାତି ଆହତ ହୋଇଛନ୍ତି । ଅନ୍ୟପଟେ ପହିଲିଙ୍କ ପରିବାରର ଦୁଇଜଣ ମହିଳା ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ନୟାଗଡ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଇଟାମାଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.