Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ସୋରରେ ମହାଦେବ ମନ୍ଦିର ଦୋକାନ କରିବାକୁ ନେଇ ଗୋଷ୍ଠୀ ସଂଘର୍ଷ : ୩ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ

5/03/2019 at 8:23 AM

ସୋରୋ ୫/୩ : ବାଲେଶ୍ଵର ଜିଲ୍ଲା ବରି ଗାଁରେ ଗୋଷ୍ଠୀସଂଘର୍ଷ । ଧୁଲେଶ୍ଵର ମହାଦେବ ମନ୍ଦିର ଦୋକାନ କରିବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ । ଏହି ଗଣ୍ଡଗୋଳରେ କେହି ଆହତ ହୋଇନଥିଲା ବେଳେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ସ୍ଥଳକୁ ବାଲେଶ୍ବର ଏସଡିପିଓ ପ୍ରଭାସ ପାଳଙ୍କ ସମେତ ସିମୁଳିଆ ଥାନାଧିକାରୀ ସଞ୍ଜୟ ପରିଡା ଓ ସୋର ଥାନାଧିକାରୀ କ୍ଷମାସାର ପଣ୍ଡା ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାତିରେ ଉତ୍ତେଜନା ଲାଗିରହିଥିବାରୁ ଗାଁରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।


ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଦୋକାନ ବସିବା ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା | ଗଣ୍ଡଗୋଳ ଗତକାଲି ଦ୍ୱିପ୍ରହରରୁ ଆରମ୍ଭ ହୋଇଥିଲା ଏବଂ ବୁଝାସୁଝା ପରେ ସ୍ଥିତି ସାମାନ୍ୟ ହୋଇଥିଲା | କିନ୍ତୁ ରାତିରେ ସଂଘର୍ଷ ପୁଣି ଆରମ୍ଭ ହେବାରୁ ସିମୁଳିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା | ଏସଡ଼ିପିଓ ପହଂଚି ସ୍ଥିତି ଆୟତ୍ତ କରିଥିଲେ | ସ୍ଥାନୀୟ ସରପଂଚ ଏହି ସମସ୍ୟାର ସମାଧାନ କରିବେ ବୋଲି ରାତିରେ ପ୍ରତିଶୃତି ଦେଇଥିଲେ କିନ୍ତୁ ରାତି ଗୋଟାଏ ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା | ଫଳରେ ସ୍ଥାନୀୟ ଅଂଚଳରେ ପୋଲିସ ପେଟ୍ରୋଲିଙ୍ଗ ଜୋରଦାର କରାଯାଇଥିଲା | ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି | ଏବେ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିନାହିଁ |

   Related Posts