କମେଣ୍ଟ ମରାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ପୋଲିସ ଉପରକୁ ପଥର ମାଡ

Published By : Prameya-News7 Bureau | November 05, 2021 IST

ଖଲ୍ଲିକୋଟ ୫।୧୧: କମେଣ୍ଟ ମରାକୁ କେନ୍ଦ୍ରକରି  ଉତ୍ତେଜନା । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ତଦନ୍ତ ପାଇଁ ଯାଇଥିବା ବେଳେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲେ ପୋଲିସ । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ପାଲୁରଗଡ଼ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା  ।

ଏମିତି କି ରମ୍ଭା ପୋଲିସ ଉପରକୁ ପଥର ମାଡ଼ ହୋଇଛି । ପୋଲିସ ଗାଡି କାଚ ଭାଙ୍ଗି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ । ପଥର ମାଡ଼ରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ଘଟଣାରେ ଦୁଇ ଗୋଷ୍ଠୀର ୪ଟି ଗାଡି ଭାଙ୍ଗିଯାଇଛି । ପ୍ରେମ ବ୍ୟାପାରକୁ ନେଇ ଏହି ଘଟଣା ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଘଟଣାରେ ଉଭୟ ପକ୍ଷରୁ ୫ ଜଣଙ୍କୁ ଅଟକ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.