ଖେଳୁଥିବା ନାଗ-ନାଗୁଣୀକୁ ମାରିବାକୁ ଉଦ୍ୟମ ବେଳେ ଗୋଷ୍ଠୀ ସଂଘର୍ଷ, ଫୁଟିଲା ଗୁଳି

Published By : Prameya-News7 Bureau | June 24, 2020 IST

କନୌଜ ୨୪।୬: ୟୁପିର କନୌଜ ଜିଲ୍ଲାରେ ଯୁଦ୍ଧ ନାଗ-ନାଗୁଣୀ ମାରିବାକୁ ଯାଉଥିବା ଯୁବକମାନଙ୍କୁ ଅଟକାଇବା ପାଇଁ ଯାଇଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା । ଉଭୟ ପକ୍ଷ ମଧ୍ୟରେ ମାରପିଟ ହେବା ସହ କିଛି ରାଉଣ୍ଡ ଗୁଳି ମଧ୍ୟ ଚାଲିଥିଲା । ଏହାଦ୍ବାରା ଗାଁରେ ଉତ୍ତେଜନା ଦେଖାଦେଇଛି । ଏହି ସଂଘର୍ଷରେ ଦୁଇ ଡଜନରୁ ଅଧିକ ଲୋକ ଆହତ ହୋଇଥିଲେ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ମୁତୟନ କରାଯାଇଛି । ଆହତମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି ।

ସାଦର କୋତଓ୍ବାଲିର ମେହଦିଘାଟ ଆଉଟପୋଷ୍ଟ ଅଞ୍ଚଳର ବାରୁବାଗ ଗ୍ରାମ ଏବଂ ନାହର ଘାଟିରେ କିଛି ଯୁବକ ଗାଈ ଚରାଉଥିଲେ । ଠିକ୍ ସେତିକିବେଳେ ଦୁଇଟି ସାପ ନିଜ ନିଜ ମଧ୍ୟରେ ଝଗଡା କରୁଥିବା ଦେଖିବାକୁ ମିଳିଥିଲା । ସେହି ସାପକୁ ନାହରଘାଟି ଗାଁର ଯୁବକମାନେ ମାରିବାକୁ ଚାହୁଁଥିଲେ । ସେତେବେଳେ ବରୁଆବାଗ ଗାଁର ଯୁବକମାନେ ଏହାକୁ ବିରୋଧ କରିଥିଲେ । ଫଳରେ ଦୁଇ ଗୋଷ୍ଠୀ ଯୁବକମାନେ ମୁହାଁମୁହିଁ ହୋଇଥିଲେ । ସୂଚନା ପାଇବା ପରେ ଉଭୟ ଗାଁର ପ୍ରାୟ ଦେଢ ଶହ ଲୋକ ମାରଣାସ୍ତ୍ର ଏବଂ ଠେଙ୍ଗା ସାହାଯ୍ୟରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ବେଳେ କିଛି ରାଉଣ୍ଡ ଗୁଳି ବିନିମୟ ମଧ୍ୟ ହୋଇଥିଲା । ଏହି ସଂଘର୍ଷରେ ମନୋଜ, ରଜନୀଶ, ନରେନ୍ଦ୍ର, ଅଙ୍କୁଶ, ଅର୍ଜୁନ, ନୀଲେଶ, ଆମ୍ରେଶ, ବେଲାକାଲି, ବିଦ୍ୟାବତୀ, ପଞ୍ଚମାଲାଲ, ବିରପାଲ, ସୁମିତଙ୍କ ସମେତ ଦୁଇ ଡଜନ ଲୋକ ଆହତ ହୋଇଥିଲେ । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସକୁ ଦେଖି ଅନେକ ଲୋକ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ପୋଲିସ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି । ଗଣ୍ଡଗୋଳ କରୁଥିବା ଡଜନରୁ ଅଥିକ ଲୋକଙ୍କୁ ପୋଲିସ ଗିରଫ କରିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ମହେନ୍ଦିଘାଟ ଆଉଟପୋଷ୍ଟ ଦାୟିତ୍ବରେ ଥିବା ଜସୱନ୍ତ ସିଂ ଉଭୟ ପକ୍ଷରୁ ୬ ଜଣଙ୍କ ନାଁରେ ସାମାଜିକ ଦୂରତାକୁ ପାଳନ ନକରିବା ଏବଂ ଲକ୍ ଡାଉନ୍ ନିୟମ ଉଲ୍ଲଂଘନ କରିଥିବା ନେଇ ମାମଲା ରୁଜୁ କରିଛନ୍ତି। ଅନ୍ୟପଟେ ନାହରଘାଟୀ ଗାଁର ଇବବୁଲ ବେଗ, ମୋସିମ ବେଗ, କାମିଲ ଖାନ, ଜାଭିଡ ବାଗଙ୍କ ବ୍ୟତୀତ ବରୁଆବାଗ ଗାଁର ନୀରଜେଶ ପାଲଙ୍କ ବିରୋଧରେ ରିପୋର୍ଟ ଦାଖଲ କରାଯାଇଛି । ପୋଲିସ ୬ ରୁ ଅଧିକ ଲୋକଙ୍କୁ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.