ଦୁର୍ଘଟଣାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ୨ ଗୁରୁତର : ଦୋକାନ ଜାଳିଦେଲେ ଉତ୍ତେଜିତ ଲୋକେ

Published By : Prameya-News7 Bureau | February 25, 2019 IST

ଝାରସୁଗୁଡା ୨୫/୨ : ଝାରସୁଗୁଡା ଜିଲ୍ଲା ବନ୍ଧବାହାଲରେ ଏକ ଦୁର୍ଘଟଣାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି | ଉତ୍ତେଜିତ ଲୋକେ ବନ୍ଧବାହାଲରେ କିଛି ଦୋକାନକୁ ଜାଲିଦେଲେ। ଆଜି ସଂଧ୍ୟାରେ ବନ୍ଧବାହାଲ ଅଂଚଳରେ ସାଇକେଲରେ ଯାଉଥିବା ବେଳେ ଜଣେ ଆରୋହୀଙ୍କ ସହ ବାଇକ ଆରୋହୀଙ୍କ ଧକ୍କା ହେବା ପରେ ବାଇକ ଆରୋହୀ ଆହତ ସାଇକେଲ ଆରୋହୀଙ୍କ ଉପରେ ଆକ୍ରମଣ କରିଥିଲେ। ଫଳରେ ସ୍ଥାନୀୟ ଲୋକମାନେ ଉତ୍ତ୍ୟକ୍ତ ହୋଇ ବାଇଜ ଆରୋହୀଙ୍କ ଉପରେ ଆକ୍ରମଣ କରି ପୋଲିସ ଜିମା ଦେଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ଯୋଗୁଁ ବ୍ରଜରାଜନଗର ଏସ୍ଡିପିଓ ଙ୍କ ସହ ବନହରପାଲି ପୋଲିସ ଓ ଫୋର୍ସ ମୃତୟନ କରାଯାଇଛି। ପୋଡି ଯାଇଥିବା ଦୋକାନରୁ ନିଆଁ ଲିଭାଇବା ପାଇଁ 3 ଟି ଦମକଲକୁ ନିୟୋଜିତ କରାଯାଇଛି।

{"id":88772}

ଗୋଷ୍ଠୀ ସଂଘର୍ଷରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି | ୨ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ପୋଲିସ ଘଟଣାର ଅଧିକ ତଦନ୍ତ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.