Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ଟ୍ରାକ୍ଟର ଧକ୍କାରେ ଜଣଙ୍କ ମୃତ୍ୟୁ ନେଇ ଜୟପୁର ବାୟାଗୁଡାରେ ପୁଣି ଗୋଷ୍ଠୀ ବିବାଦ : ହତ୍ୟାକାଣ୍ଡ ଅଭିଯୋଗକୁ ଖାରଜ କଲା ପୋଲିସ

3/01/2019 at 7:20 PM

ଜୟପୁର ୩|୧: ଜୟପୁର ଉପକଣ୍ଠ ବାୟାଗୁଡାରେ ପୁଣି ଗୋଷ୍ଠୀ ବିବାଦ । ଗତ କାଲି ଟ୍ରାକ୍ଟର ଧକ୍କାରେ ଗୋଟିଏ ଗୋଷ୍ଠୀର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଇଛି । ତେବେ ଟ୍ରାକ୍ଟର ଧକ୍କାରେ ନୁହଁ ବରଂ ସଂପୃକ୍ତ ବ୍ୟକ୍ତିଙ୍କୁ ଟ୍ରାକ୍ଟର ତଳେ ଚପାଇ ଅପର ଗୋଷ୍ଠୀର ଲୋକେ  ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଦେହ ରଖି ରାସ୍ତା ଅବରୋଧ କରିଥିଲେ ଲୋକେ । ସେପଟେ ଏହା  ହତ୍ୟାକାଣ୍ଡ ନୁହେଁ ବରଂ ଦୁର୍ଘଟଣା ବୋଲି କହିଛି ପୋଲିସ ।

କିଛି ଦିନର ନୀରବତା ପରେ ପୁଣି ଜୟପୁର ଉପକଣ୍ଠ ବାୟାଗୁଡାରେ ଦେଖା ଦେଇଛି ଗୋଷ୍ଠୀ ବିବାଦ । ଗତ କାଲି ଟ୍ରାକ୍ଟର ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେଲା ।  ମୃତକ ହେଲେ ଲଛମନ କୁଲଦୀପ୍ ।ରାସ୍ତା କଡରେ ଶୋଇଥିବା ସମୟରେ ଲଛମନଙ୍କ ଉପରେ ମାଡି ଯାଇଥିଲା ଟ୍ରାକ୍ଟର।ଆଉ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣା ବଶତଃ ଲଛମନଙ୍କ ଉପରେ ଟ୍ରାକ୍ଟର  ମାଡିନି ବରଂ ତାଙ୍କୁ ଜାଣିଶୁଣି ଟ୍ରାକ୍ଟର ଚପାଇ ହତ୍ୟା କରା ଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଓ ସଂପର୍କୀୟ । ଗତ  ୨୦୧୬ ମସିହା ସେପ୍ଟେମ୍ବର ମାସରେ ବାୟାଗୁଡା ଗାଁରେ ଦୁଇ ସଂପ୍ରଦାୟ ମଧ୍ୟରେ ହୋଇଥିଲା  ସଂଘର୍ଷ ।ପରିସ୍ଥିତି ଏପରି ହୋଇଥିଲା ଯେ ଗୋଟିଏ ସଂପ୍ରଦାୟ ଭୟରେ ଗାଁ ଛାଡିଥିଲେ ।ବାୟାଗୁଡ଼ାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ପ୍ରଶାସନ ଓ ପୋଲିସର ହସ୍ତକ୍ଷେପ ପରେ ଗାଁ ଛାଡ଼ିଥିବା ସଂପ୍ରଦାୟର ଫେରିଥିଲେ ।  ତଥାପି ମଝିରେ ମଝିରେ ତୁ ତୁ ମେଁ ମେଁ ଲାଗି ରହିଥିଲା ।ଗୋଟିଏ ସଂପ୍ରଦାୟ ଅନ୍ୟ ସଂପ୍ରଦାୟର ସମସ୍ତଙ୍କୁ ଜୀବନରେ ମାରି ଦେବାର ଧମକ ଦେଉଥିଲେ ।ତେଣୁ ଲଛମନଙ୍କୁ ଟ୍ରାକ୍ଟର ଚପାଇ ହତ୍ୟା କରାଯାଇଥିବା ପରିବାରବର୍ଗ ଓ ସଂପର୍କୀୟମାନେ ଅଭିଯୋଗ କରିଛନ୍ତି ।

ଖବର ପାଇବା ମାତ୍ରେ  ଘଟଣା ସ୍ଥଳରେ ପହିଞ୍ଚି ଯାଇଥିଲା ଜୟପୁର ସଦର ପୋଲିସ । କ୍ଷତିପୂରଣ  ମିଳିବା ନେଇ ପ୍ରତିଶ୍ରୁତି ପରେ ରାସ୍ତାରୁ ମୃତ ଦେହ ଉଠିଥିଲା ।  ଏହି ଘଟଣାରେ ସଂପୃକ୍ତ ଟ୍ରାକ୍ଟର ଡ୍ରାଇଭର ଲୋକଙ୍କ ମାଡରେ ଆହତ ହୋଇ ଭର୍ତ୍ତି ହୋଇଛି ଡାକ୍ତରଖାନାରେ । ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ତେବେ ଲଛମନଙ୍କୁ ଟ୍ରାକ୍ଟର ମଡାଇ ହତ୍ୟା କରା ଯାଇନି ବରଂ ଟ୍ରାକ୍ଟର ତା ଉପରେ ମାଡି ଯିବାରୁ  ତାର ମୃତ୍ୟୁ ହୋଇଥିବା କହିଛି ପୋଲିସ ।

ବିବାଦ ବଢ଼ିବା ଆଗରୁ ଏଥିରେ ହସ୍ତକ୍ଷେପ କରି ସମାଧାନ ପାଇଁ ଉଦ୍ୟମ କରିଛି ପୋଲିସ। ଆଗକୁ ଯେପରି ବିବାଦ ଉଗ୍ର ରୂପ ନନିଏ ସେନେଇ ଉଭୟ ସଂପ୍ରଦାୟ ଏବଂ ପୋଲିସ ସତର୍କ ହେବା ଜରୁରୀ।

   Related Posts