ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ

Published By : Prameya-News7 Bureau | December 05, 2020 IST

ଯାଜପୁର ୦୫।୧୨: ଯାଜପୁର ରୋଡ୍ ଥାନା ବାଳୁଙ୍ଗାବନ୍ଦୀ ଗାଁରେ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଏଥିରେ ୨ ଗୋଷ୍ଠୀର ୭ ଜଣ ଆହତ ହୋଇଥିବା ବେଳେ , ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ଦାନଗଦୀ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି।

ଗାଁରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ,ଏହାକୁ ନିମ୍ନମାନର ଦର୍ଶାଇ ଗାଁର କିଛି ଲୋକ ବିରୋଧ କରିଥିଲେ । ହେଲେ ସେହି ଗାଁର ଆଉ ଏକ ଗୋଷ୍ଠୀ ରାସ୍ତା ନିର୍ମାଣ କରୁଥିବା ଠିକାଦାର ସପକ୍ଷରେ ବାହାରିଥିଲେ l ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ଓ ଗଣ୍ଡଗୋଳ ହେବା ସହ ପରିସ୍ଥିତି ଉଗ୍ରରୂପ ଧାରଣ କରିଥିଲା। ରାସ୍ତା ପାଇଁ ୨ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏହି ଘଟଣାକୁ ନେଇ ଦାନଗଦି ଫାଣ୍ଡିରେ ୨ ଗୋଷ୍ଠୀ ପକ୍ଷରୁ ଅଭିଯୋଗ କରାଯାଇଛି l ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.