ସୀମା ବିବାଦକୁ ନେଇ କଟକରେ ୫୦ରୁ ଅଧିକ ଗିରଫ

Published By : Prameya-News7 Bureau | June 18, 2018 IST

ସୀମା ବିବାଦକୁ ନେଇ କଟକର ଝୋଲସାହି ଓ ପୀଠାପୁର ନୂଆସାହି ମଧ୍ୟରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ୫୦ ରୁ ଅଧିକ ଗିରଫ । ଗତକାଲି ବିଳମ୍ବିତ ରାତିରେ ପୁରୀଘାଟ ଥାନା ପୋଲିସ ଅଚାନକ ଚଡାଉ କରି ଉଭୟ ପକ୍ଷରୁ ୫୦ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରିଛି । ଗରଫଦାରୀ ସଂଖ୍ୟା ଆହୁରୀ ବଢିବା ସମ୍ଭାବନା ରହିଛି । ଏବେ ସେଠାରେ ଉତ୍ତେଜନା ଲାଗି ରହିଛି । ସେଥିପାଇଁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଇଦ୍ ରେ ସୀମା ବିବାଦକୁ ନେଇ ଗତ ଶୁକ୍ରବାର ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.