ବ୍ରହ୍ମଗିରିରେ ଗୋଷ୍ଠୀ ସଂଘର୍ଷ, ବୋମାମାଡରେ ୩ ଆହତ

Published By : Prameya-News7 Bureau | September 13, 2019 IST

ବ୍ରହ୍ମଗିରି ୧୩।୯: ବ୍ରହ୍ମଗିରିରେ ବୋମାମାଡରେ ୩ଜଣ ଆହତ ହୋଇଛନ୍ତି । ବ୍ରହ୍ମଗିରି ଥାନା ଅନ୍ତର୍ଗତ ଅଣତିରିସି ଗ୍ରାମରେ ଆଜି ସକାଳୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଉଭୟ ପକ୍ଷରୁ ବୋମାମାଡ ଏବଂ ଟେକା ମାଡ ହୋଇଥିଲା । ଫଳରେ ତିନି ଜଣ ଆହତ ହୋଇ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି । ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇଥିବା ଜଣାପଡିଛି। ଏହି ଗାଁରେ ବହୁଦିନ ଆଗରୁ ରାଜନୀତିକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଶତ୍ରୁତା ଲାଗିରହିଥିଲା ।

{"id":157053}

ଗତ ଦୁଇ ଦିନ ତଳେ ଡୁମୁଡୁମା ଗାଁରେ ଏକ ଭଷାଣୀ ଯାତ୍ରାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ତାହା ଆଜି ଉଗ୍ରରୂପ ନେଇଛି । ଯାହାଫଳରେ ୩୦ ରୁ ୩୫ ବୋମା ଫୁଟିଥିବା ଜଣାପଡ଼ିଛି। ଏକ ଅଫୁଟା ବୋମା ମଧ୍ୟ ପୋଲିସ ଉଦ୍ଧାର କରିଛି । ଗାଁରେ ଏବେ ପୋଲିସ ମୁତୟନ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.