ବାକି ଟଙ୍କା ପାଇଁ ତୁମୁଳକାଣ୍ଡ : ଦୁଇ ଗୋଷ୍ଠୀ ମଧ୍ୟରେ ହଣାମରା ଓ ମାରପିଟ୍, ୯ଆହତ

Published By : Prameya-News7 Bureau | September 07, 2020 IST

ବାଲିପାଟଣା ୦୭।୦୯:  ବାକି ଟଙ୍କା ପାଇଁ ତୁମୁଳକାଣ୍ଡ । ଟଙ୍କା ମାଗିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା । ବାଲିପାଟଣା ଥାନା ଜାହାଙ୍ଗିରପାଟଣାରେ ଘଟିଛି ଘଟଣା । ହଣାକଟାରେ ଉଭୟ ପକ୍ଷର ୯ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବରନୁୟାୟୀ, ବାଲିପାଟଣା ଥାନା ଜାହାଙ୍ଗୀରପାଟଣା ଗାଁର ମଣ୍ଟୁ ବେହେରାକୁ ଠାରୁ ଗଡଚାରିପଡ଼ା ଗାଁ ଜୟୀ ପାତ୍ର ୧୫ଶହ ଟଙ୍କା ଧାର ନେଇଥିଲା । ଇତିମଧ୍ୟରେ ଟଙ୍କା ନେଣଦେଣକୁ ବର୍ଷେ ବିତିଯାଇଥିଲେ ମଧ୍ୟ ଜୟୀ ପାତ୍ର ଟଙ୍କା ଫେରସ୍ତ କରିନଥିଲେ । ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲେ । ଦେଖୁ ଦେଖୁ ଯୁକ୍ତିତର୍କ ମାରପିଟ୍‌ରେ ପରିଣତି ହୋଇଯାଇଥିଲା । କିଛି ସମୟ ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା ।

ତଡା , ଭୁଜାଲି , ଖଣ୍ଡା , କଟୁରୀରେ ଉଭୟ ପକ୍ଷ ମାର୍‌ପିଟ୍‌ ସହ ହଣାମରା ହୋଇଥିଲେ । ଏହି ଗୋଷ୍ଠୀ ସଂଘର୍ଷରେ ଜାହାଙ୍ଗୀରପାଟଣା ଗାଁର ପ୍ରଶାନ୍ତ ବେହେରା, ପ୍ରକାଶ ବେହେରା , ମଣ୍ଟୁ ବେହେରା, ଲିଟୁ ବେହେରା ଏବଂ ଗଡ଼ଚାରିପଡ଼ା ଗାଁର ଜୟୀ ପାତ୍ର, ପ୍ରଶାନ୍ତ ପାତ୍ର , ମାନସ ପାତ୍ର , ସୁଶାନ୍ତ ପାତ୍ର , ମନୋଜ ପାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କ ନିକଟସ୍ଥ ମେଡିକାଲରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ ସମସ୍ତଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିଲା । ବାଲିପାଟଣା ଥାନାରେ ଉଭୟ ପକ୍ଷଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.