ବାଲେଶ୍ବରରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ମତଦାନ ବାଧାପ୍ରାପ୍ତ

Published By : Prameya-News7 Bureau | April 29, 2019 IST

ବାଲେଶ୍ବର ୨୯/୪ : ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ | ସକାଳ ୭ଟା ରୁ ମତଦାନ ଆରମ୍ଭ ହୋଇଯାଇଛି | ରାଜ୍ୟର ୬ ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଏବଂ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି | ଭଦ୍ରକ ଜିଲ୍ଲାର ୧୨ ଶହ ୯୨ଟି ବୁଥରେ ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି | ମତଦାନ ଆରମ୍ଭ ହେଉ ହେଉ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା |

{"id":108574}

ଗଣ୍ଡଗୋଳ ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି | ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ପାଟଣା ରାୟପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି | ପୋଲିଂ ବୁଥରେ ୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଆରମ୍ଭ ହୋଇଥିଲା | ବଚସାରୁ ଗଣ୍ଡଗୋଳ ହୋଇଥିଲା | ଘଟଣାସ୍ଥଳରେ ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି | ସୁରୁଖୁରୁ ମତଦାନ ପାଇଁ ପୁଲିଂ ବୁଥରେପୋଲିସ ସୁରକ୍ଷା କର୍ମୀ ମୃତୟନ ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.