ସରକାରୀ ଜମିରେ ଜବରଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ, ଏକାଧିକ ଗୁରୁତର

Published By : Prameya-News7 Bureau | December 17, 2020 IST

ଆନନ୍ଦପୁର ୧୭।୧୨ : ସରକାରୀ ଜମି ଜବରଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କରଡ଼ାମାଳୀ ଗାଁର ଘଟଣା । ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ ୮ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଘସିପୁରା ଥାନା କରଡ଼ାମାଳୀ ଗାଁରେ ଏକ ସରକାରୀ ଜମିରେ ଜବରଦଖଲକୁ ନେଇ ଉତ୍ତେଜନା ଲାଗିରହିଥିଲା । ଯାହାଫଳରେ କି ସେଠାରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଥିଲା । ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ ୮ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଆହତଙ୍କ ଚିକିତ୍ସା ଜାରି ରହିଛି । ଘଟଣାସଂପର୍କରେ ଖବର ପାଇ ଘସିପୁରା ଥାନା ପୋଲିସ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.