Thursday, September 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଦ ଭାଟିକୁ ନେଇ ଗୋଷ୍ଠୀ ସଂଘର୍ଷ : ମହିଳା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ

ମଦ ଭାଟିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଦେବଗଡ କୁଣ୍ଢେଇଗୋଳା ଥାନା ବାବାଜୀ ମଠ ନିକଟରେ ହୋଇଛି ଗଣ୍ଡଗୋଳ । ୧୦ ଟି ଗାଁର ମହିଳା ସଂଘ ମଦଭାଟିକୁ ବିରୋଧ କରୁଥିବା ବେଳେ ଏହାକୁ ସମର୍ଥନ କରୁଥିବା ଲୋକେ ସେମାନଙ୍କୁ ଆକ୍ରମଣ କରିଛନ୍ତି । ପଥର ମାଡରେ ଉଭୟ ଗୋଷ୍ଠୀର ଲୋକ ଆହତ ହୋଇଛନ୍ତି । ଏପରିକି ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ଏହି ଆକ୍ରମଣରୁ ବର୍ତ୍ତିନାହାନ୍ତି ।

ମଦ ଭାଟିକୁ ନେଇ ଗୋଷ୍ଠୀ ସଂଘର୍ଷ । ମହିଳା ଓ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ । ଦେଖନ୍ତୁ କିଭଳି ମଦ ମାଫିଆଙ୍କ ଆକ୍ରମଣରେ ତଳେ ଆହତ ହୋଇ ଲୋଟୁଛନ୍ତି ମହିଳା । କାହା ଦେହରେ ଆଘiତ ଲାଗିଛି ତ କାହାର ମୁଣ୍ଡରେ । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା କୁଣ୍ଢେଇଗୋଳ ବାବାଜୀମଠ ନିକଟରେ । ପଳସମା ଗାଁରେ ନିର୍ମାଣ ହେଉଥିବା ମଦ ଭାଟିକୁ ବିରୋଧକରି ଆଖପାଖ ୧୦ଟି ଗାଁର ମହିଳାମାନେ ଏକାଠି ହୋଇଥିଲେ ।

ଠେଙ୍ଗାବାଡି ଧରି ମଦଭାଟି ଭାଙ୍ଗିବାକୁ ଯିବାବେଳେ ଭାଟିରେ ଥିବା ମାଫିଆ ମହିଳାଙ୍କ ଆକ୍ରମଣ କରିଥିଲେ। ସେମାନଙ୍କ ପଛରେ କୁକୁର ଲଗାଇଦେଇଥିଲେ।  ଏପରିକି ମହିଳାମାନଙ୍କୁ ଠେଙ୍ଗାରେ ସଂଘବଦ୍ଧ ଆକ୍ରମଣ କରିବା ସହ ଟେକା ପଥର ମାଡ କରିଥିଲେ । ଛତ୍ରଭଙ୍ଗ ଦେଉଥିବା ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ । ଏଥିରେ ୧୦ରୁ ଅଧିକ ମହିଳା ଆହତ ହୋଇଛନ୍ତି ।

ଏପିରିକି ଘଟଣାସ୍ଥଳକୁ ଯାଇଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟ ଟେକା ପଥର ମାଡ କରିଥିଲେ ମଦ ଭାଟି ନିର୍ମାଣରେ ସାମିଲ ଥିବା ଲୋକେ ।ଏଥିରେ କିଛି ସାମ୍ବାଦିକ ଆହତ ହୋଇଛନ୍ତି । କାଲିଠାରୁ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ ଗାଁ ଲୋକେ । କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ହେଲେ ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ନେଇ ନାହିଁ କି କୌଣସି ପ୍ରତିକ୍ରିୟା ଦେଇନାହିଁ ।

ସେଠାରେ ଗଣ୍ଡଗୋଳ ହେବା ଆଶଙ୍କା କରାଯାଉଥିଲେ ବି ଘଟଣା ସ୍ଥଳକୁ ପ୍ରଶାସନ ପୋଲିସ ପଠାଇନଥିଲା । ଏପରିକି ଗଣ୍ଡଗୋଳ ପରେ ସେଠାରେ ପୋଲିସ ପହଞ୍ଚି ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢିବାରେ ଲାଗିଛି

239 Views

   ସମ୍ବନ୍ଧିତ ଖବର