Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଦୁଇ ପରିବାର ମଧ୍ୟରେ ସଂଘର୍ଷ ; ଜଣେ ମୃତ, ୩ ଆହତ

2/08/2018 at 5:47 AM

ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ପୋଖରୀଆପଡା ପଞାୟତର ବାଲିଆକଣି ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ହୋଇଛି । ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣକ ହେଲେ ରବୀନ୍ଦ୍ର ସ୍ୱାଇଁ, ତାଙ୍କ ବୟସ ୬୦ବର୍ଷ । ସୋମ୍ୟଶ୍ରୀ ନାୟକ ନାମକ ଜଣେ ମହିଳା ଗୁରୁତର ଆହତ ଅବସ୍ଥାରେ ଚିକିତ୍ସା ପାଇଁ କଟକ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଦୁଇ ପରିବାର ମଧ୍ୟରେ ଜମିବାଡ଼ି କୁ କେନ୍ଦ୍ର କରି ସଂଘର୍ଷର ହୋଇ ଥିଲା । ରବିନ୍ଦ୍ରଙ୍କ ପରିବାର ଓ ଗୁନ ନାୟକ ପରିବାର ମଧ୍ୟରେ ଜମିବାଡ଼ି ବିବାଦ ଥିବା ବେଳେ ଛେଳି ପଶିବାକୁ ନେଇ ପାଟିତୁଣ୍ଡ ପରେ ଗଣ୍ଡଗୋଳ ରୁପ ନେଇଥିଲା ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା।ଏରସମା ମେଡିକାଲରେ ରବୀନ୍ଦ୍ରଙ୍କ ମୃତ ଦେହକୁ ଏରସମା ପୋଲିସ ଜବତ କରିଥିବା ବେଳେ କଟକରେ ସୋମ୍ୟଶ୍ରୀ ଙ୍କ ଚିକିତ୍ସା ଚାଲିଛି।ଅନ୍ୟ ଆହାତ ଏରସମା ମେଡିକାଲରେ ଚିକିତ୍ସା ହୋଇଛନ୍ତି।ଘଟଣାରେ ଚାରି ଜଣଙ୍କୁ ପୋଲିସ ଏରସମା ଥାନାରେ ଅଟକ ରଖି ଅନୁସନ୍ଧାନ କରୁଥିବା ଜଣାପଡିଛି।

   Related Posts