Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ତାସ୍ ଖେଳକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା, ଉଭୟ ପକ୍ଷରୁ ୬ ଗୁରୁତର

25/09/2020 at 3:06 PM

ଭଦ୍ରକ ୨୫।୯: ଗାଁରେ ତାସ ଚାଲିଥିଲା ଖେଳ । ଖେଳ ଦେଖୁଥିବା ଲୋକ ଅପରପକ୍ଷକୁ ଇସାରା ଦେଇଥିଲେ । ଏହାପରେ ଆରମ୍ଭ ହେଲା ଝଗଡା । ଗାଁ ମଧ୍ୟସ୍ଥିଙ୍କ ଉପସ୍ଥିତିରେ ସମାଧାନ ହେଉଥିଲା । ଆରମ୍ଭ ହେଲା ଭୁଜାଲି ଓ କଟୁରି ମାଡ଼ । ଫଳରେ ୬ ଜଣ ଗୁରୁତର ହୋଇଛନ୍ତି । ୩ ଜଣ କଟକ ଏସସିବିକୁ ସ୍ଥାନାନ୍ତର ହୋଇଥିବା ବେଳେ ୩ ଜଣ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏମିତି ଝିମିଟି ଖେଳରୁ ମହାଭାରତ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ଭଦ୍ରକ ଜିଲ୍ଲା ତିହିଡି ଥାନା ତାଳପଦା ପଞ୍ଚାୟତ ହରିଜନ ସାହିରେ ।

ସୂଚନାଯୋଗ୍ୟ ଯେ, ଗାଁରେ ତାସ ଖେଳ ହେଉଥିବା ବେଳେ କେତେକ ପିଲା ଖେଳ ଦେଖି ଅପରପକ୍ଷକୁ ଇସାରା କରୁଥିଲେ । ଗୋଟିଏ ପକ୍ଷର ଯୁବକ ସେମାନଙ୍କୁ ତାଗିଦ କରିବାରୁ ଝଗଡା ଆରମ୍ଭ ହୋଇଥିଲା । ସ୍ଥାନୀୟ ବୟସ୍କ ଲୋକେ ଘଟଣା ସମାଧାନ କରିବା ପାଇଁ ଉଭୟପକ୍ଷଙ୍କୁ ବସାଇ ଥିଲେ । ଏହି ସମୟରେ କୌଣସି ବ୍ୟକ୍ତି ଆସି ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ । ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ଦୁଇ ପକ୍ଷଙ୍କ ଆକ୍ରମଣରେ ୬ ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୩ ଜଣ ଏବେ ମଧ୍ୟ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତିହିଡି ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts