ଚାଷ ଜମିରେ ସ୍ବାମୀ-ସ୍ତ୍ରୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ: ଗୁରୁତର ଅବସ୍ଥାରେ ଉଭୟଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | June 17, 2020 IST

ସାନଖେମୁଣ୍ଡି୧୭/୬: ଚାଷ ଜମିରେ ଦମ୍ପତିଙ୍କୁ ସଙ୍ଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି। ଦିଗପହଣ୍ଡି ବ୍ଳକ କରପଡ଼ା ଗ୍ରାମର ଅଭିମନ୍ୟୁ ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ପ୍ରଧାନଙ୍କୁ ବୁଧବାର ମଧ୍ୟାହ୍ନରେ ଗାଁ ନିକଟ ସୁନା ଦେଇ ପାହାଡ଼ ପାଖ ଚାଷଜମିରେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସମ୍ପତ୍ତି ଭାଗ ବଣ୍ଟାକୁ କେନ୍ଦ୍ରକରି ପୂର୍ବ ଯୋଜନା ଭାବେ ସଙ୍ଘବଦ୍ଧ ଭାବେ ସେମାନଙ୍କୁ ଆକ୍ରମଣ କରିଛନ୍ତି। ନିକଟରେ ଅଭିମନ୍ୟୁଙ୍କ ସମ୍ପର୍କୀୟମାନେ ବିଭିନ୍ନ ମାରଣାସ୍ତ୍ର ଦ୍ଵାରା ସଂଘବଦ୍ଧ ଭାବେ ଉଭୟ ସ୍ଵାମୀ- ସ୍ତ୍ରୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବମୋକୋଇ ଗ୍ରାମସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ର କରି ଅଭିମନ୍ୟୁଙ୍କ ବଡ଼ଭାଇ ଜଗନ୍ନାଥ ପ୍ରଧାନ, ପୁତୁରା ରାମେଶ୍ବର ପ୍ରଧାନ ଓରଫ( ପିଙ୍କୁ), ପ୍ରଶାନ୍ତ ପ୍ରଧାନ, ଲୋକନାଥ ପ୍ରଧାନ ଓ ହରି ପ୍ରଧାନ ଏହି ଆକ୍ରମଣ ମାମଲାରେ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.