ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରି ଥାନାରେ ହ୍ୱାଟ୍ସ ଆପ ଗ୍ରୁପର ଦୁଇ ଆଡମିନ
31/08/2018 at 5:52 AM

ଅନୁଗୁଳ ୩୧/୮ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଂଚଳରେ ସୋସିଆଲ ମିଡିଆରେ ଭାଇରାଲ ଭିଡିଓକୁ ନେଇ ଦୁଇ ଯୁବକ ଛେଣ୍ଡିପଦା ଥାନାରେ ଅଟକ ଅଛନ୍ତି । ଯୁବକ ଦୁଇ ଜଣଙ୍କ ଏକ ହ୍ୱାଟ୍ସ ଆପ ଗ୍ରୁପରେ ସେହି ଅଂଚଳର ଯୁବତିଙ୍କ ଭିଡିଓ ଏବଂ ଫଟୋ ଅପଲୋଡ କରିଯାହାକି ଏବେ ମୋବାଇଲରୁ ମୋବାଇଲ ଭାଇରାଲ ହେଉଛି। ଏହି ଖବର ପାଇ ଛେଣ୍ଡିପଦା ପୋଲିସ ଏହି ଗ୍ରୁପର ଆଡମିନ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚାରା ଉଚୁରା ଜାରି ରଖିଛି। ତବେ ଏହାକୁ ନେଇ ନାନା ମହଲରେ ନାନା ଚର୍ଚ୍ଚ। ହେଉଛି। ଆଜିକାଲି ଛତୁ ଫୁଟିଲା ପରି ଗ୍ରୁପ ଖୋଲି କିଏ କାହାକୁ କମେଣ୍ଟ କଲାଣି ତ କିଏ କାହାର ଚରିତ୍ର ସଂହାର ମଧ୍ୟ କଲାଣି। ନିଜର ରାଗ ସୁଝାଇବାକୁ ଯାଇ ସୋସିଆଲ ମିଡିଆକୁ ଅପବ୍ୟବହାର କରୁଛନ୍ତି ଲୋକ। ତେଣୁ ସାଇବର କ୍ରାଇମ ଡିପାଟମେଣ୍ଟ କଣ ପଦକ୍ଷେପ ନେଉଛି ତାହା ଉପରେ ନଜର ତ ରହିଛି କିନ୍ତୁ କିଏ ବି ଗ୍ରୁପ ଖୋଲୁଛି ସେମାନେ ପୋଲିସର ଅନୁମତି ନେଇ ଖୋଲିବା ଉଚିତ ବୋଲି ସାଧାରଣରେ ଦାବି ହେଉଛି। ସେଥିପାଇଁ ହ୍ୱାଟ୍ସ ଆପ ଗ୍ରୁପ ଆଡମିନ ଖୋଲିବା ପୂର୍ବରୁ ସେହି କୋର୍ଡ ବ୍ୟବହାର କରିବା ଉଚିତ ବୋଲି ମତପ୍ରକାଶ ପାଉଛି।