କୋଭିଡ-୧୯ ଆକ୍ରାନ୍ତ ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶରୀରରେ ଇମ୍ୟୁନିଟି ସୃଷ୍ଟିକୁ ନେଇ ଥିବା ଚିନ୍ତା ଦୂର କରିଛନ୍ତି ଭାରତୀୟ ବୈଜ୍ଞାନିକ ଦିପ୍ତା ଭଟ୍ଟଚାର୍ଯ୍ୟ। ୟୁନିଭର୍ସିଟି ଅଫ ଏରିଜୋନାରେ ଆସୋସିଏଟ ପ୍ରଫେସର ଭଟ୍ଟାଚାର୍ଯ୍ୟ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ଠାରେ ଉଚ୍ଚମାନର ଇମ୍ୟୁନିଟି ସୃଷ୍ଟିହେଉଥିବାର କହିଛନ୍ତି। ଯାହା ପରବର୍ତ୍ତି ୫ରୁ ୭ ମାସ ପର୍ଯ୍ୟନ୍ତ ସାର୍ସ କୋଭ-୨ ବିରୋଧରେ ଆଣ୍ଟିବଡି ସୃଷ୍ଟି କରିପାରୁଛି।
{"id":344528,"width":577,"height":307,"sizeSlug":"large"}କରୋନା ସଂକ୍ରମଣରୁ ମୁକ୍ତ ୬ ହଜାର ଲୋକଙ୍କ ନମୁନା ପରୀକ୍ଷଣ ପରେ ବିଶେଷଜ୍ଞମାନେ ଏହି ଫଳାଫଳରେ ଉପନୀତ ହୋଇଥିବା ସେ କହିଛନ୍ତି। ତାଙ୍କ ଗବେଷଣା ଲବ୍ଧ ତଥ୍ୟ ‘ଜର୍ଣ୍ଣାଲ ଇମ୍ୟୁନିଟି’ରେ ପ୍ରକାଶିତ ହୋଇଥିବା ବେଳେ କରୋନା ପରବର୍ତ୍ତି କାଳରେ ଲୋକଙ୍କ ମନରେ ଥିବା ସଂଶୟ ଦୂର କରିଛି। ସାର୍ସ କୋଭ-୨ ସଂକ୍ରମଣ ପରେ ମଧ୍ୟ ଶରୀରରେ ୫ରୁ ୭ ମାସ ପର୍ଯ୍ୟନ୍ତ ଉଚ୍ଚମାନର ଆଣ୍ଟିବଡି ଉତ୍ପାଦିତ ହେଉଥିବାର ସେ ଉଲ୍ଲେଖ କରିଛନ୍ତି।
{"id":344529,"width":576,"height":330,"sizeSlug":"large"}କୋଭିଡ ସଂକ୍ରମିତ ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶରୀରରେ ଇମ୍ୟୁନିଟି ହେଉନଥିବା ନେଇ ଉଦବେଗକୁ ସେ ନିରାଧାର କହିଛନ୍ତି। ଏଭଳି ପ୍ରଶ୍ନକୁ ନେଇ ଅନୁଧ୍ୟାନ କରିବା ବେଳେ ସଂକ୍ରମିତଙ୍କ ଠାରେ କେବଳ ଇମ୍ୟୁନିଟି ନୁହେଁ ଉଚ୍ଚମାନର ଇମ୍ୟୁନିଟି ବିକଶିତ ହେଉଥିବାର ପ୍ରମାଣ ମିଳିଥିବା କହିଛନ୍ତି। ପ୍ରଫେସର ଜାଙ୍କୋ ନିକୋଲିଚ୍ ଯୁଗିଚ୍ଙ୍କ ନେତୃତ୍ୱରେ ଏ ନେଇ ଗବେଷଣା କରାଯାଇଥିବା ବେଳେ ଏହି ତଥ୍ୟ ମିଳିଛି।
{"id":344530,"sizeSlug":"large"}ଆମେରିକାରେ କରୋନା ସଂକ୍ରମିତ ଜନୈକ ବ୍ୟକ୍ତି ୪୮ ଦିନ ପରେ ଟେଷ୍ଟ କରିବା ବେଳେ ପୁଣି ଥରେ କରୋନା ସଂକ୍ରମିତ ଥିବା ଜଣାପଡିଥିଲେ। ଏଥିରୁ ଗବେଷଣା ବେଳେ ଇମ୍ୟୁନ ସିଷ୍ଟମ ଭୂତାଣୁ ବିରୋଧରେ କମ ସମୟ ଲାଗି ପ୍ଲାଜମା ସେଲ ମୁତୟନ କରୁଥିବା ଜଣାପଡିଥିଲା। ଏଥିରୁ କରୋନା ମୁକାବିଲା ଲାଗି ଆଣ୍ଟିବଡି ପ୍ରଡ୍ୟୁସ ହୋଇଥାଏ। ଏହି ଆଣ୍ଟିବଡି ଇନଫେକ୍ସନ ହେବାର ୧୪ ଦିନ ମଧ୍ୟରେ ରକ୍ତ ପରୀକ୍ଷଣରୁ ଜଣାପଡିଯାଏ। ଦ୍ୱିତୀୟ ପର୍ଯ୍ୟାୟରେ ଇମ୍ୟୁନ ସେଲ୍ସ ଦୀର୍ଘସ୍ଥାୟୀ ପ୍ଲାଜମା ସେଲ ନିର୍ମାଣ କରିଥାଏ। ଯେଉଁଥିରୁ ହାଇକ୍ୱାଲିଟି ଆଣ୍ଟିବଡି ପ୍ରଡ୍ୟୁସ୍ ହୋଇଥାଏ। ଏଥିରୁ ସାର୍ସ କୋଭ-୨ ଆଣ୍ଟିବଡି ମଣିଷ ଶରୀରରେ ଅନୁନ୍ୟ ୫ରୁ ୭ ମାସ ପର୍ଯ୍ୟନ୍ତ ସ୍ଥିର ରହୁଥିବା ଜଣାପଡିଛି।